ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ନିମନ୍ତେ ଆଜି ଅର୍ପଣ ରଥର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସମଗ୍ର ବଲାଙ୍ଗିର ଜିଲ୍ଲାରେ ପ୍ରକଳ୍ପ ରଥ ଶୁଭାରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ରେ ମଧ୍ୟ ଏହା ଉଦ୍ଘାଟିତ ହୋଇଯାଇଛି । କପିଲାଭଟା ପଞ୍ଚାୟତର ବିଭିନ୍ନ ଗାଁକୁ ଅର୍ପଣ ରଥ ପରିକ୍ରମା କରି ଗୁଆ ଓ ଚାଉଳ ସଂଗ୍ରହ କରିଛି । ଏପରିକି ପଞ୍ଚାୟତର ବରତୁଣ୍ଡାଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କପିଲାଭଟା ପଞ୍ଚାୟତ ସରପଞ୍ଚ ତୁଳସେ ଭୋଇ, ସମିତି ସଭ୍ୟ କେଦାର ଭୋଇ, ନୋଡ଼ାଲ ଅଫିସର ମିହିର କୁମାର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ କୁଳମଣି ମେହେର, ନାଏବ ସରପଞ୍ଚ ଝସକେତନ ସାହୁ, ଜିଓ ଟ୍ୟାଗ ଶୁଭାକର ନାଗ, ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି ଦୁର୍ଦକ୍ଷ ହଂସ, ଧର୍ମେନ୍ଦ୍ର ଦାସଙ୍କ ସହ ପଞ୍ଚାୟତ ବହୁ ଜନ ପ୍ରତିନିଧି ଓ ଶହ ଶହ ସଂଖ୍ୟାରେ ମହିଳା, ପୁରୁଷମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଖୋଲ କୀର୍ତ୍ତନ ମୃଦୁଙ୍ଗର ତାଳେ ତାଳେ ଏହି କାର୍ଯ୍ୟକ୍ରମ ଆୟୋଜନରେ ମହିଳାଙ୍କ ହୁଲହୁଲିରେ ଉତ୍ସବ ମୁଖର ମାହୋଲ ହୋଇପଡିଥିଲା । ପଞ୍ଚାୟତର ବିଭିନ୍ନ ଗାଁକୁ ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିବା ଅର୍ପଣ ରଥ ଯାଇଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ପରିକ୍ରମା କରିଥିବା ଦେଖିବାକୁ ମିଳିଛି ।