ବଲାଙ୍ଗିର ସହରରେ ଉଦ୍‌ଘାଟିତ ହେଲା ଆଂଚଳିକ ଆର୍ଟ ଗ୍ୟାଲେରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉଦ୍‌ଘାଟିତ ହୋଇଯାଇଛି ଆଂଚଳିକ ଆର୍ଟ ଗ୍ୟାଲେରୀ । ଆଜି ସଂଧ୍ୟାରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଲଳିତ କଳା ଏକାଡେ଼ମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ସହଯୋଗରେ ବଲାଙ୍ଗିର ରୁଗୁଡ଼ିପଡ଼ା ସ୍ଥିତ ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କ ଦ୍ୱାରା ଆଂଚଳିକ ଆର୍ଟ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଛି । ଏହି ଉଦ୍‌ଘାଟନୀ ଅବସରରେ ଏକ ଆର୍ଟ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି । କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରାଣାଙ୍କ ସହ ଏସ୍‌ପି ରିଷିକେଶ ଖିଲାରୀ, ଓଡ଼ିଶା ଲଳିତ କଳା ଏକାଡେ଼ମୀର ସଚିବ ପଂଚାନନ ସାମଲ, ବଲାଙ୍ଗିରର ଚିତ୍ର କଳାକାର ଓ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ । ଆଂଚଳିକ ଆର୍ଟ ଗ୍ୟାଲେରୀ ଦ୍ୱାରା ବଲାଙ୍ଗିର ଜିଲ୍ଲାର ଆର୍ଟିଷ୍ଟ୍‌ମାନେ ନିଜ ଆର୍ଟ ପ୍ରଦର୍ଶନ କ୍ଷେତ୍ରରେ ବେଶ୍‌ ସହାୟତା ପାଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି ।

Leave A Reply

Your email address will not be published.