jayashree

ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିଲେ । ଏହି ଅବସରରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବସପାସ୍, ଭତା, ଛାତ୍ରବୃତ୍ତି ଏବଂ ବ୍ୟାଙ୍କ ଋଣ ପ୍ରଦାନ କରାଯାଇଥିଲା । ସେଭଳି ହିତାଧିକାରୀମାନଙ୍କୁ କଣ୍ଣ ଯନ୍ତ୍ର, ସାହାରବାଡ଼ି ଏବଂ ତିନି ଚକିଆ ସାଇକେଲ, ଆଶାବାଡି ବଣ୍ଟନ କରାଯାଇଥିଲା । ଶିବିରରେ ଚକ୍ଷୁ ବିଭାଗ, ଗଳା ଓ ନାସା ବିଭାଗ, ଅସ୍ଥିଶଲ୍ୟ ବିଭାଗ ଓ ମାନସିକ ରୋଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରମାଣପତ୍ର ପ୍ରଦାନ କରିଥିଲେ । ଏତଦ ବ୍ୟତୀତ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ଭତ୍ତା, ବାଣୀଶ୍ରୀ ଛାତ୍ରବୃତ୍ତି ଓ ଋଣ ନିମେନ୍ତ ଦରଖାସ୍ତ ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଲକର ୧୩ଟି ପଞ୍ଚାୟତର ବିଭିନ୍ନ ଗାଁରୁ ୨୫୬ ଜଣ ହିତାଧିକାରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.