oom

ସାମ୍ବାଦିକଙ୍କ ପିତୃ ବିୟୋଗ

jsmm

ପଦ୍ମପୁର : (କେପିଏନ୍‌ଏସ୍‌) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପୁରେନା ଗ୍ରାମର ଯୁବ ସାମ୍ବାଦିକ ନିରୋଜ କୁମାର ପାଣୀଙ୍କ ପିତା ଲଲିତ ମୋହନ ପାଣୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା । ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ବରଗଡ଼ସ୍ଥିତ ଏକ ଘରୋଇ ହସ୍‌ପିଟାଲ ବିକାଶ ହସ୍‌ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସ୍ୱର୍ଗତ ପାଣୀ ଜଣେ ପରୋପକାରୀ, ଭୂଦାନ ସଂଗ୍ରାମୀ, ଗାଁର ଉନ୍ନତି ମୂଳକ କାମରେ ଜଡ଼ିତ ରିହ ଜଗନ୍ନାଥ ମନ୍ଦିର ନିର୍ମାଣରେ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ସେ ଜଣେ ସମାଜ ସେବକ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ସବୁବେଳେ ମାନବ ସେବା ହିଁ ମାଧବ ସେବାରେ ଜୀବନ ବ୍ୟାପୀ ବ୍ରତୀ ରହି ଗରିବ, ରୋଗୀମାନଙ୍କ ପାଇଁ ଔଷଧ ପତ୍ର ନିଜସ୍ୱ ଖର୍ଚ୍ଚରେ ଯୋଗାଇ ଦେଉଥିଲେ । ସେ ଶିକ୍ଷା ପ୍ରତି ବେଶ୍ ଗୁରୁତ୍ୱ ଦେଉଥିଲେ ତଥା ଗାଁର ସ୍କୁଲର ଉନ୍ନିତ କାମ କରିଯାଇଛନ୍ତି । ସ୍ୱର୍ଗତ ପାଣୀ ତିନି ଶତାବ୍ଦୀ ଯୁଗ ପୁରୁଷ, ସମାଜସେବୀ, ସାମ୍ବାଦିକ ସ୍ୱର୍ଗତ ଭଗବାନ ପାଣୀଙ୍କ ଏକମାତ୍ର ପୁତ୍ର ଅଟନ୍ତି । ତାଙ୍କ ଏହି ଦୁଃଖଦ ଖବର ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ତାଙ୍କ ପଛରେ ଧର୍ମପତ୍ନୀ ନିର୍ମଳା ପାଣୀ, ଏକ ମାତ୍ର ପୁତ୍ର ନିରୋଜ କୁମାର ପାଣୀ, ପୁତ୍ରବଧୁ ଭାରତୀ ପାଣୀ, ଝିଅ ଆହ୍ଲାଦିନୀ ପାଣୀ, ନାତି ଆର୍ଦଶ ପାଣୀ ଓ ପରିବାର ବର୍ଗ ଛାଡି ଯାଇଛନ୍ତି । ତାଙ୍କର ଏକମାତ୍ର ପୁତ୍ର ନିରୋଜ କୁମାର ପାଣୀ ତାଙ୍କୁ ମୁଖାଗ୍ନି ଦେଇଥିଲେ । ତାଙ୍କର ଅନ୍ତିମ ସତ୍କାର ଶ୍ମାଶାନରେ କରାଯାଇଥିଲା । ସ୍ୱର୍ଗତ ପାଣୀ ବିକାଶ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହେବାର ଖବର ପାଇ ଗଣଇସ୍ତାହାର ମୁଖ୍ୟ ସଂପାଦକ ପ୍ରସନ୍ନ କୁମାର ମିଶ୍ର, ସାମ୍ବାଦିକ ବଳରାମ ପ୍ରଧାନ ଡାକ୍ତରଖାନା ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ମର ଶରୀର ଶୋଭାଯାତ୍ରରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ କୁମାର ପୁରୋହିତ, ଗନ୍ଧମାର୍ଦ୍ଦନ ସୁରକ୍ଷା ପୂର୍ବତନ ଆବାହକ ତଥା ସାମ୍ବାଦିକ ଧିରେନ ମହାନ୍ତି , ଡା. ଦେବଦତ୍ତ ମହାନ୍ତି, ବିଜୟ କୁମାର ମହାନ୍ତି, ଜିତେନ୍ଦ୍ର ମହାନ୍ତି, କରୁଣାକର ଦଣ୍ଡସେନା, ଜଗବନ୍ଧୁ ରାଉତରାୟ, ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ନରେନ୍ଦ୍ର ମହାନ୍ତି, କୁଳମଣି ଭୋଇ, ଅଜୟ ମହାନ୍ତି, ମହାବୀର ଭୋଇ, ରଘୁନାଥ ରାଉତରାୟ, ଜ୍ଞାନରଞ୍ଜନ ମହାନ୍ତି, ଜାମସେଠ ପୂର୍ବତନ ସରପଞ୍ଚ ପ୍ରମୋଦ ରାୟ, ପଦ୍ମପୁରରୁ ନରସିଂହ ପଟ୍ଟନାୟକ, ଶେଷଦେବ ପଟ୍ଟନାୟକ, ମନୋଜ ମେହେର, ପ୍ରଭାତୀ ପଟ୍ଟନାୟକଙ୍କ ସମେତ ଅଞ୍ଚଳର ବିଶିଷ୍ଟି ମାନ୍ୟଗଣ୍ୟ ବ୍ୟକ୍ତି ଜନସାଧାରଣ ଓ ଗ୍ରାମବାସୀ ଅନ୍ତିମ ଶୋଭାଯାତ୍ରାରେ ସାମିଲ୍ ହୋଇ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.