csstore

ଗୁଡଭେଲା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ୍ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ତଥା ଡୁଙ୍ଗିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପଟ୍ଟନାୟକ ଡିସେମ୍ବର ୩୧ ତାରିଖ ରବିବାର ଦିନ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ତାଙ୍କ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଭକ୍ତରଞ୍ଜନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଇଁତଲା ବ୍ଲକର ବିଇଓ ଗୋବର୍ଦ୍ଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକଙ୍କ ଗୁଣାବଳୀ ବଖାଣିଥିଲେ । ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଇଓ ଅଖିଳ କୁମାର ଦୀପ, ଖପ୍ରାଖୋଲ ଏବିଇଓ ରୁଦ୍ରଦେବ ଷଡ଼ଙ୍ଗୀ, ଶିକ୍ଷକ ସଂଘର ସଭାପତି ଚକାନନ୍ଦ କମ୍ପ, ଏସ୍.ଏମ୍.ସି.ସଭାପତି ତ୍ରିନାଥ ରଣା ଯୋଗ ଦେଇଥିଲେ । ଆଶୁକବି ହେମନ୍ତ ଦାଶ ଶ୍ରୀ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କାବ୍ୟାଞ୍ଜଳି ଅର୍ପଣ କରିଥିଲେ । ଶିକ୍ଷକ ପିତବାସ ମହାଲିଙ୍ଗ ସଭା ସଞ୍ଚାଳନ କରିଥିବା ବେଳେ ଦିବ୍ୟରଞ୍ଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ସଭାରେ ଗୁଡଭେଲା, ସଇଁତଲା ଓ ଦେଓଗାଁ ବ୍ଲକର ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଶତାଧିକ ଶୁଭେଚ୍ଛୁ, ଗ୍ରାମବାସୀ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଗୁଡଭେଲା ବିଇଓ ଅଫିସ୍ ତରଫରୁ ବରିଷ୍ଠ କିରାଣୀ ଜୟପ୍ରକାଶ ମାଝୀ ଓ ଜୁଲଫିକର୍ ଖାନ୍ ଶ୍ରୀ ପଟ୍ଟନାୟକଙ୍କୁ ପ୍ରୋଭିଜିନାଲ ପେନ୍‌ସନ୍‌ସ୍‌ ପେପର ହସ୍ତାନ୍ତର କରିଥିଲେ । ସଭା ଶେଷରେ ଭୁରି ଭୋଜନର ଆୟୋଜନ କରାଯାଇଥିଲା ଓ ସମସ୍ତେ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କ ତୁଷୁରାସ୍ଥିତ ବାସ ଭବନ ପର୍ଯ୍ୟନ୍ତ ଛାଡି ଆସିଥିଲେ ।

jayashree
Leave A Reply

Your email address will not be published.