ଦେବଙ୍ଗ ଗ୍ରାମରେ ୧୨ତମ ନିଶାମଣି ଭୋଇ ମେମୋରିଆଲ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

  • ଫାଇନାଲରେ ଖଲିଆଖମାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ମିନି ଷ୍ଟାଡିୟମ ଖେଳ ପଡ଼ିଆଠାରେ ଚାଲିଥିବା ଦ୍ୱାଦଶତମ ନିଶାମଣି ଭୋଇ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଟିକ୍ରାପଡା ଦଳ ଓ ଖଲିଆଖମାର ଦଳ ମଧ୍ୟରେ ହୋଇଥିଲା । ଆଜିର ଖେଳରେ ୨-୦ ଗୋଲରେ ଖଲିଆଖମାର ଦଳ ବିଜୟୀ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷ ହରିବନ୍ଧୁ ମେହେର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପତ୍ରାପାଲି (କ )ପଂଚାୟତ ସମିତି ସଭ୍ୟ ସନ୍ୟାସୀ ପୁଟେଲ, ଜୟଦେବ ଭୋଇ, ବିଜେକାନ୍ତ ଭୋଇ, ଅକ୍ଷୟ ଭୋଇ, ରାଜେନ୍ଦ୍ର ଭୋଇ, ଗଣାଦୀପ ଦାସ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଖେଳ ପରିଚାଳନା କରିଥିଲେ ବିବତ୍ସ ମାଝୀ, ନବୀନ ସରାଫ, ବୈଷ୍ଣବ ତାଣ୍ଡି, ନିତେଶ ମାଝୀ । ଚଳିତ ବର୍ଷ ଆୟୋଜକ କମିଟିର ମୁଖ୍ୟ ନେତ୍ରମଣି ଭୋଇ ଥିବା ବେଳେ ସଭାପତି ରାଜେନ୍ଦ୍ର ଭୋଇ, ଟିମ୍‌ ମ୍ୟାନେଜର ବିଶ୍ୱନାଥ ସାହୁ, ଜିତେନ ବାଗ, ଲିଙ୍ଗରାଜ ଭୋଇ, ଡୁଲାମଣି ଦାସ, ଅଶୋକ ଦୀପ, ଅମିତ ମହମ୍ମଦ, ଜନ୍ମେଜୟ ଭୋଇଶୁ, ଶୁଭ୍ରାଂଶୁ ଭୋଇ, ମୋହନ ନେଉରା, ବୀରେନ୍ଦ୍ର ଖଟୁଆ, ରାଜେଶ ପୁଟେଲ, ଲୋକେଶର ପୁଟେଲ, ଚୁଡାମଣି ଭୋଇ ପ୍ରମୁଖଙ୍କ ସହ ଟୁର୍ଣ୍ଣାମେଣ୍ଟରେ ଉପସ୍ଥିତ ରହି ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗ ନେଇଥିବା ବେଳେ ଏହା ଆସନ୍ତା ନୂଆଁବର୍ଷ ତିନି ତାରିଖ ଦିନ ଘୁଷୁରାମୁଣ୍ଡା ଓ ଖଲିଆଖମାର ମଧ୍ୟରେ ଫାଇନାଲ ଖେଳ ହେବ ବୋଲି କମିଟି ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.