ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଇନସାହ ସାବିରଙ୍କ ସ୍ୱପ୍ନ ହେଲା ସାର୍ଥକ

ନୂଆଦିଲ୍ଲୀ, (ପିଆଇବି) : ଜମ୍ମୁ ଓ କଶ୍ମୀରର ସୁନ୍ଦର ଉପତ୍ୟକାର ପୁଲୱାମା ଜିଲ୍ଲାରେ ରହନ୍ତି ଜଣେ ଯୁବତୀ । ଯିଏ ସ୍ୱାଧୀନତା, ନମନୀୟତା ଓ ଅବସ୍ଥାନ୍ତରର ଏକ ପ୍ରତୀକ ବନି ଯାଇଛନ୍ତି । ପୁଲୱାମାରେ ଅରିଗ୍ରାମରେ ଏକ ସାଧାରଣ ପରିବାରରେ ଜନ୍ମିତ ଇନଶାହ ସାବିର ଏକ ବ୍ୟବସାୟର ମାଲିକାଣୀ ହେବା ସହ ଗୋଟିଏ ବୁଟିକ୍ ଚଳାଇଛନ୍ତି । ସେ କେନ୍ଦ୍ର ସରକାରଙ୍କ ଦିନ ଦୟାଲ ଅନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମ୍ୟ ଜୀବିକା ମିଶନ ଇତ୍ୟାଦିର ହିତାଧିକାରୀ ହୋଇଥିବା ଯୋଗୁଁ ଏହି ସୁବିଧା ହାସଲ କରିବା ସହ ତାଙ୍କ ଭଳି ଅନେକ ଝିଅ ଓ ମହିଳାମାନେ ମଧ୍ୟ ଏହି ସୁଯୋଗର ଅଧିକାରୀ ହୋଇପାରିଛନ୍ତି । ସେଠାରେ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାଳରେ ଏକ ସାକ୍ଷାତକାର ବେଳେ ଇନ୍ଶାହ କହିଥିଲେ ଯେ ୨୦୧୭ରେ ପ୍ରଥମେ ଦିନଦୟାଲ ଅନ୍ତ୍ୟୋଦୟ ଯୋଜନା ଓ ଏନଆରଏଲ୍ଏମ୍ ସଂଶ୍ପର୍ଷରେ ଆସିବା ପରେ ସଙ୍ଗେ ସଙ୍ଗେ ସେ ନିଜକୁ ପଞ୍ଜୀକୃତ କରିଥିଲେ । ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ୨୦୧୧ରେ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଗ୍ରାମୀଣ ଗରିବମାନଙ୍କ ନିମନ୍ତେ ଦକ୍ଷ ଓ କ୍ରୀୟାଶୀଳ ଆନୁଷ୍ଠାନିକ ମଞ୍ଚ ସୃଷ୍ଟି ଥିଲା ଏହାର ଲକ୍ଷ୍ୟ । ସ୍ଥାୟୀ ଓ ନିରନ୍ତର ଜୀବନ ଜୀବିକା ଦ୍ୱାରା ଘରୋଇ ଆୟ ଓ ଆର୍ଥିକ ସେବା ବୃଦ୍ଧି ଏହି ମଞ୍ଚ ଜରିଆରେ ହୋଇପାରିବ । ନିଜର କାହାଣୀ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଇନସାହ କହିଥିଲେ ଯେ ପିଲାଟି ବେଳୁ ଲୁଗାପଟାରେ ଡିଜାଇନ କରିବା ତାଙ୍କର ଏକ ସଉକ ଥିଲା । ହେଲେ ସେ ଯେତେବେଳେ ଡେ-ଏନଆର୍ଏଲଏମ୍ ଅଧୀନ ଏକ ସ୍ଥାନୀୟ ସିଲେଇ ବିଦ୍ୟାଳୟରେ ନାମ ଲେଖାଇଲେ, ସେତେବେଳେ ତାଙ୍କ ଜୀବନରେ ଏକ ନୂତନ ମୋଡ ଆସିଲା । ତାଙ୍କ ଧୀଶକ୍ତି ଓ କୌତୂହଳ ଯୋଗୁଁ ଏକ ବ୍ୟାବସାୟିକ ସୁଯୋଗ ଜୀବନ ଜୀବିକା ପାଇଁ ସୃଷ୍ଟି ହେଲା। ପ୍ରତିଷ୍ଠାନରୁ ଡିଜାଇନ ପାଠ୍ୟକ୍ରମ ଶେଷ କରି ଇନ୍ସାହା ତାଙ୍କର ବୁଟିକ୍ ଆରମ୍ଭ କରିବାକୁ ସ୍ଥିର କଲେ । ସେ ଗୋଟିଏ ପିଏମ୍ଇଜିପି ଉମିଦ ଋଣ ପାଇଲେ ଓ ଏହି କାର୍ଯ୍ୟରେ ଡେ ଏନଆରଏଲଏମ୍ ମଧ୍ୟ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା । ଶେଷେରେ ସେ ତାଙ୍କ ବୁଟିକ୍ ସ୍ଥାପନ କଲେ । ବେଳେ ବେଳେ ସୀମିତ ସମ୍ବଳ ଓ ଅଳ୍ପ ସୁଯୋଗ ଦୃଷ୍ଟିରୁ ସ୍ୱପ୍ନଗୁଡିକ ରାତ୍ରୀ ଆକାଶର ଦୁରେଇ ଥିବା ତାରା ଭଳି ଲାଗେ । ମାତ୍ର ଇନଶାହଙ୍କ ନିମନ୍ତେର ଡେ-ଏନଆରଏଲଏମ୍ ତାଙ୍କ ସ୍ୱପ୍ନ ସାର୍ଥକ କରିପାରିଲା । ଯୋଜନା ଅଧୀନରେ ରିହାତିଯୁକ୍ତ ଋଣ ପାଇ ନଥିଲେ । ଏହି ବ୍ୟବସ୍ଥା ଆରମ୍ଭ କରିବା ସମ୍ଭବ ହୋଇ ନ ଥାନ୍ତା ବୋଲି ଇନଶାହ ପ୍ରକାଶ କରିଥିଲେ । ନୂତନ ଓ ବିକଶିତ ଭାରତ ଗଠନରେ ଯୁବଗୋଷ୍ଠୀ ସାହାଯ୍ୟ କରୁଥିବା ସରକାରଙ୍କ ବ୍ୟାବସାୟିକ ଯୋଜନା ଗୁଡିକରେ ଇନ୍ଶାହ ପ୍ରଶଂସା କରିଥିଲେ । ଆଜି କେବଳ ଧନୀଲୋକମାନେ ଯେ ବ୍ୟାବସାୟିକ ସଫଳତା ହାସଲ କରୁଛନ୍ତି, ତାହା ନୁହେଁ ଗ୍ରାମାଞ୍ଚଳ ଗରିବ ପୃଷ୍ଠଭୂମିରୁ ଆସିଥିବା ଲୋକମାନେ ମଧ୍ୟ ସଫଳ ବ୍ୟବସାୟୀ ହୋଇପାରୁଛନ୍ତି । ସରକାର ଏପରି ଯୋଜନା ଦ୍ୱାରା ତାକୁ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ କରି ପାରିଥିବାରୁ ସେ ସରକାରଙ୍କ ନିକଟରେ କୃତଜ୍ଞ ବୋଲି କହିଥିଲେ । ଆଜି ଇନଶାହ କେବଳ ନିଜର ପଇସା କମାଉ ନାହାଁନ୍ତି, ତାଙ୍କ ବୁଟିକରେ ଅନ୍ୟାନ୍ୟ ମହିଳାମାନଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ଛୋଟ ହେଲେ ମଧ୍ୟ ବୁଟିକଟି ବିକାଶ ଓ ଆତ୍ମନିର୍ଭରତାର ଏକ ପ୍ରତି ଶବ୍ଦ ପାଲଟିଛି ।

Leave A Reply

Your email address will not be published.