ଅଯୋଧ୍ୟା ରାମ ମନ୍ଦିରରରୁ ଆସିଥିବା ନିମନ୍ତ୍ରଣ ଓ ଅକ୍ଷତ ପୂର୍ଣ୍ଣ କଳସକୁ ଛତ୍ରପୁର ସହରରେ ସ୍ୱାଗତ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଯୋଧ୍ୟା ରାମ ମନ୍ଦିରର ଭବ୍ୟ ରୂପେ ଯଥା ରୀତିନୀତିରେ ଯଜ୍ଞାନୁଷ୍ଠାନ ସହ ପ୍ରତିଷ୍ଠାତ୍ସୋବ ପାଳନ ହେବାକୁ ଯାଉଛି । ଏହି ଅବସରରେ ଅଯୋଧ୍ୟାରୁ ଆସିଥିବା ନିମନ୍ତ୍ରଣ ଏବଂ ଅକ୍ଷତ ପୂର୍ଣ୍ଣ କଳସକୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବୁଧବାର ପୂର୍ବାହ୍ନରେ ଛତ୍ରପୁର ବିଶ୍ୱେଶ୍ୱର ମନ୍ଦିରଠାରୁ ସ୍ୱାଗତ ପୂର୍ବକ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା ହୋଇଛି । ଏହି ଦିବ୍ୟ ପରିକ୍ରମା ଯାତ୍ରାରେ ସହରର ବିଭିନ୍ନ ଭକ୍ତଗୋଷ୍ଠୀ ସାମିଲ ହୋଇ ହରିବୋଲ ହୁଳାହୁଳି ଦେଇ ପ୍ରଭୁ ଶ୍ରୀରାମଙ୍କ ଜୟଗାନ କରି ଭକ୍ତିବାଦ ତଥା ସତ୍ୟ ସନାତନ ଧର୍ମର ମହତ୍ତ୍ୱର ଜାଗୃତି ଓ ଜନଜାଗରଣ ସୃଷ୍ଟି କରି ଭକ୍ତଜନ ମହାପ୍ରଭୁଙ୍କ କୃପା ଲାଭ କରିଛନ୍ତି । ଏହି ଶୋଭାଯାତ୍ରାରେ ପ୍ରଶାନ୍ତ କର, ସି. ଏଚ୍‌. ଦୟାନନ୍ଦ ସ୍ୱାମୀଙ୍କ ସମେତ ଛତ୍ରପୁରର ବଜରଙ୍ଗଦଳର ସେବାୟତଗଣ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.