csstore

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଧୂମସୁ ଓ ବଙ୍କାପୁର ବିଜୟୀ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ମା’ ସାହାଜି ଯୁବକ ସଂଘର ସହଯୋଗରେ ଚାଲିଥିବା ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ପଞ୍ଚମ ଦିବସରେ ଅତିଥି ଭାବେ ପୂର୍ବତନ କପିଲାଭଟା ସରପଞ୍ଚ ନେତ୍ରାନନ୍ଦ ସଗରିଆ, ପଙ୍କଜ ବିଶି, ଜୟନ୍ତୀଲାଲ ହଂସ, ନରଫଳ ହଂସ, ବୀର ହଂସ, ଶୋଭା ହଂସ, ସନନ୍ତ ଜାଲ, ମହିପାଲ ଷାଣ୍ଢ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲିମାନଙ୍କୁ ଉତ୍ସାହିତ କରିଥିଲେ । ପଞ୍ଚମ ଦିବସର ପ୍ରଥମ ରାଉଣ୍ଡରେ ଧୂମସୁ ଓ କଣ୍ଟାବାଞ୍ଜି ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଧୂମସୁ ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡରେ କପିଲାଭଟା ଓ ବଙ୍କାପୁର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ କପିଲାଭଟା ଦଳକୁ ପରାସ୍ତ କରି ବଙ୍କାପୁର ଦଳ ବିଜୟୀ ହୋଇଥିଲା । ରେଫରୀ ତାପସ ପତି ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ସାମନ୍ତ ହେର୍ଣ୍ଣଓ ଓ ପୁରନ୍ଦର କରୁଆଁ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ, ରୋଶନ ବିଶି ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ, ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗ, କୁଶଧ୍ଵଜ ବେହେରା, ଟୁନା ହଂସ, ଟିକେଶ୍ୱର ବିଶିଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.