ଆସନ୍ତା ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ହେବ ମଠଖାଇ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଲ’ କଲେଜ ପରିସରରେ ମଠଖାଇ ମହୋତ୍ସବ କମିଟି ଓ ଭୂମିକା ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ କମିଟିର ଅଧ୍ୟକ୍ଷ ତଥା ବିଧାୟକ ନରସିଂହ ମିଶ୍ର ଉପସ୍ଥିତ ରହି ଆସନ୍ତା ଜାନୁଆରୀ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ମଠଖାଇ ମହୋତ୍ସବ ହେବ ବୋଲି ସୂଚନା ଦେଇଥିଲେ । ବିଧାୟକ ଶ୍ରୀ ମିଶ୍ରଙ୍କ ସହ କମିଟିର ପ୍ରଫେସର ମଧୁସୂଦନ ପତି, ଜଗଦାନନ୍ଦ ଛୁରିଆ, ଚିତତ୍ତରଂଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.