ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଉତ୍ସବ କୁଶୁନାପାଲିସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ କୁମାର ମହାଲିଙ୍ଗ ମୁଖ୍ୟଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଶିଶୁମାନଙ୍କୁ ସଂସ୍କାର ଯୁକ୍ତ ଶିକ୍ଷା ଗ୍ରହଣ କରିବା ସହିତ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଡ଼ଃ ବାଞ୍ଛାନିଧି ପଣ୍ଡା (ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ ପରିଷଦ ସଭାପତି) ଯୋଗଦେଇ ଆମ ଭାରତୀୟ ସଂସ୍କୃତି ଉପରେ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତୀଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ପୃଥିରାଜ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ । ସମ୍ପାଦକ ଜନକଲାଲ ମେହେର ମଞ୍ଚାସୀନ ଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ‘ଅରୁଣ’ ଉନ୍ମୋଚିତ ହୋଇଥିଲା । ମୁଖ୍ୟଅତିଥିଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ରାମେଶ୍ୱର ପୁରୋହିତ, ଡଃ ଅନୀଲ କୁମାର ନାୟକ, ଡ଼ଃ ଲଳିତେନ୍ଦୁ ନାୟକ, ପ୍ରଫେସର ଆନନ୍ଦ ଚନ୍ଦ୍ର ତ୍ରିପାଠୀ ପ୍ରଭୃତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମର୍ଦ୍ଧିତ କରାଯାଇଥିବା ବେଳେ ପଦ୍ମପୁର ନଗରର କିଛି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ବାର୍ଷିକ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କୋଷାଧ୍ୟକ୍ଷ ଘନଶ୍ୟାମ ପୁଞ୍ଜି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସହ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଗୁରୁଜୀ ସଂଯୋଜନା କରିଥିଲେ । ପରେ ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିଶୁ ପ୍ରାରମ୍ଭରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଭାଇଭଉଣୀମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଯୋଗାସନ ପିରାମିଡ ନାଟ୍ୟକାର କେଶ ରଂଜନ ପ୍ରଧାନଙ୍କ ନିର୍ଦ୍ଦେଶନାରେ ନାଟକ କିଂଚିତ୍ ଭୋଗମ୍ ପ୍ରଦର୍ଶିତ ହୋଇଥିଲା । ପୁରସ୍କାର ପ୍ରଦାନରେ ସତ୍ୟନାରାୟଣ ସାହା ଗୁରଜୀ ସଂଯୋଜନା କରିଥିବା ବେଳେ କଲ୍ୟାଣୀ ମିଶ୍ର ଗୁରୁମାଙ୍କ ସହଯୋଗରେ ଭାଇଭଉଣୀମାନେ ସାଂସ୍କୃତିକ କାଯ୍ୟକ୍ରମର ସଂଯୋଜନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.