ଜିଲ୍ଲା ସ୍ତରୀୟ ଅଦ୍ୱେକା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଦ୍ୱାରା ଆଜି ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ଡ଼ା. ଜୀବନଜ୍ୟୋତି ସେନ, ବିଶିଷ୍ଠ କୃଷି ବୈଜ୍ଞାନିକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ୟ୍ୟକ୍ରମର ଉଦଘାଟନ କରିଥିଲେ । ସେ ଏ ଅବସରରେ ପୋଷଣ ଓ କିଶୋର /କିଶୋରୀ ମାନଙ୍କ ଉପରେ ହେଉ ଥିବା ପ୍ରଭାବ ବିଷୟରେ ଆଲୋକପାତ କରିଥିଲେ କ୍ଷ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଆସ୍ଥାରିଆ କେର୍କେଟା ଅଦ୍ୱେକା ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରୋଗ୍ରାମ ଅଫିସର ଅନିତା ଗୁରୁ କିଶୋରୀ ବାର୍ତ୍ତା ବିଷୟରେ ବୁଝାଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ କିଶୋର /କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ଓ ବ୍ୟବହାରିକ ସମସ୍ୟା ତଥା ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୋନପୁର ସିଡିପିଓ ନିବେଦିତା ସରାଫ, ସିଡିପିଓ ଡୁଙ୍ଗୁରିପାଲି, ଜୟନ୍ତୀ ଗଡ଼ତିଆ, ସୁପରଭାଇଜର ହରିପ୍ରିୟା ମିଶ୍ର, ଜିଲ୍ଲା ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ, ଡିପିସି ପ୍ରତାପ ପ୍ରଧାନ ପ୍ରଶିକ୍ଷକ ଭାବେ ଯୋଗଦେଇ ଥିଲେ । ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟକ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରୁ ସୁପରଭାଇଜର ମାନେ ଯୋଗଦାନ କରିଥିଲେ । ପରବର୍ତ୍ତୀ ସମୟରେ ସେମାନେ ପ୍ରକଳ୍ପ ସ୍ତରରେ ଅଙ୍ଗନବାଡି କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିବାର କାର୍ୟ୍ୟକ୍ରମ ରହିଛି ।

Leave A Reply

Your email address will not be published.