କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ : ଫାଇନାଲରେ ବଲାଙ୍ଗିର ଏଫ୍‌ସି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋଟ୍‌ର୍ସ ହଷ୍ଟେଲ ଓ ଜଗନ୍ନାଥ ସ୍ପୋଟିଂ ଖଲିଆପାଲି ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମଠାରେ ଚାଲିଥିବା କୋଚ୍‌ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲର ପ୍ରଥମ ସେମିଫାଇନାଲରେ ବଲାଙ୍ଗିର ଏଫ୍‌ସି ୨-୧ ଗୋଲରେ ତେନ୍ତୁଳିଖୁଣ୍ଟିଙ୍କୁ ହରାଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି । ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଦେଓଗାଁ ଫରେଷ୍ଟର ତଥା ପୂର୍ବତନ ଫୁଟବଲ ଖେଳାଳି ବ୍ୟାସଦେବ ସାହୁ ଯୋଗ ଦେଇଥିବା ବେଳେ କ୍ରୀଡା ସଂଗଠକ ପ୍ରଦୋଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା.ସିଦ୍ଧେଶ୍ଵର ମିଶ୍ର, ଆୟୋଜନ କମିଟି ସଭାପତି ନାରାୟଣ ବିଶ୍ୱାଲ, ସଂପାଦକ ଅଭିମନ୍ୟୁ ପାଣ୍ଡେ, ପୂର୍ବତନ ଖେଳାଳି ଖଲିଉଲ୍‌ ରହେମାନ, ଭରତ ଡାଙ୍ଗ, ଗିରି ପାଉଲେ ଓ ଜିତେଶ୍ୱର ବିଶ୍ୱାଲ ମଂଚାସିନ ଥିଲେ । ଖେଳକୁ ରେଫରି ଭାବେ ସଞ୍ଜିବ ମହାରଣା, ସୁଧାଂଶୁ ସେଠ, ପୁରୁଷୋତ୍ତମ ବୁଡେକ ଓ ଜଳନ୍ଧର ସାହୁ ପରିଚାଳନା କରିଥିଲେ । ପୂର୍ବତନ ଖେଳାଳି ପ୍ରଦୀପ ମହାରଣା, ଅନୁପ ସାଏ, ହିତୁ ପାଣ୍ଡେ, ବାବୁଲାଲ ଭୋଇ, ନିଖିଲ ଗଡତ୍ୟା, ବିଷ୍ଣୁ ପୋଢ, ଚୁଲ୍‌ବୁଲ୍‌ ପାଣ୍ଡେ, ପ୍ରଶାନ୍ତ ପ୍ରଧାନ, ମୁନା ଭୋଇ, ଚିଣ୍ଟୁ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ୨୩ ତାରିଖ ଶନିବାର ବୌଦ୍ଧ ୫ମ ଆଇଆର୍‌ବିଏନ୍‌ ବନାମ୍‌ ଖଲିଆପାଲି ଜେଜେସି ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳ ହେବ ବୋଲି କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.