ଶାନ୍ତି ମୈତ୍ରି ଉଚ୍ଚ ବିଦ୍ୟାପୀଠ ପଲ୍ଳୀ ବିକାଶର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଳୀବିକାଶ ବିଦ୍ୟାଳୟର ବାର୍ଷିକକ୍ରୀଡା ଉତ୍ସବ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ପ୍ରଧାନ ଶିକ୍ଷକ ଋକ୍ମଣ ଦିଶ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍କୁଲ ପରିଚଳନା କମିଟିର ସଭାପତି ଦେବେନ୍ଦ୍ର ଯୋଷୀ, ସମ୍ମନିତ ଅତିଥି ରବିନ୍ଦ୍ର ଠାକୁର କିଶୋର ବନଛୋର ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଦ୍ଵିତୀୟ ଦିନ ଶ୍ରୀ ଯୋଷୀଙ୍କ ସଭାପତିତ୍ୱରେ ଉଦ୍‌ଯାପନୀ ସଭାରେ ଗାଇସିଲାଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ ମୁଖ୍ୟ ଅତିଥି, ସନ୍ଦିବାହାଲ ସରପଞ୍ଚ ସବିତା ପରିଡା ରବିନ୍ଦ୍ର ଠାକୁର କଂଧୁମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ହୋତା କମିଟିର ସଭ୍ୟ କିଶୋର ବନଛୋର, ରାଧାକାନ୍ତ ଦୀପ ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ବିଭିନ୍ନ ବିଭାଗରେ ଅନୁଷ୍ଠିତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଅତିଥିମାନେ ପ୍ରଦାନ କରିଥିଲେ । ବାଳକ ବିଭାଗରେ ଈଶ୍ୱର ସୁନା ଓ ବାଳିକା ବିଭାଗରେ ଯଶୋବନ୍ତୀ ସାହୁଙ୍କୁ ଚାମ୍ପିୟାନ ଟ୍ରଫି ପ୍ରଦାନ କରାଯାଇଥିଲା । ଖେଳ ଶିକ୍ଷକ ବାମନ ସାହୁ ବାର୍ଷିକ କ୍ରୀଡାକୁ ନିପୁଣ ଭାବେ ପରିଚାଳନା କରିଥିବାରୁ ତାଙ୍କୁ ବିଶେଷ ଭାବେ ସମ୍ମାନିତ କରାଯାଇଥିଲା । ଶିକ୍ଷକ ଡୋଲାମଣି ତରିଆ ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଜଣାଇ ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ରୁକ୍ମଣ ଦିଶ୍ରୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଶିକ୍ଷକ ରାକେଶ ପୁରୋହିତ ଓ ଘନଶ୍ୟାମ ପାଣିଗ୍ରାହୀ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଜଗନ୍ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରୀ ରୋଜି ବାଗ ଓ ଉଷା ସୁନାଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାକେଶ ପୁରୋହିତ, ଗଙ୍ଗାଧର ସାହୁ, କନ୍ଦର୍ପ ଜୁଆଡି, ଗୁରୁଦେବ ସେଠ, ଗୁଣନିଧି ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.