csstore

ଆଗଲପୁରଠାରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ବିତରଣ ପାଇଁ ପ୍ରସ୍ତୁତି ବୈଠକ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆସନ୍ତା ତା.୨୩-୧୨-୨୪ ଶନିବାର ଦିନ ଅଯୋଧ୍ୟାରୁ ଆସିଥିବା “ଅକ୍ଷତ ଅରୁଆ” ଆଗଲପୁର ବ୍ଲକର ୨୦ଟି ପଞ୍ଚାୟତକୁ ବଣ୍ଟନ କରାଯିବ । ଆଜି ଆଗଲପୁରର ଶ୍ରୀରଘୁନାଥ ମନ୍ଦିରରେ ବ୍ଲକ୍ ସଂଯୋଜକ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଏହି ବିଷୟ ନିର୍ଦ୍ଧାରିତ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ଶ୍ରୀରାମ ଜନ୍ମଭୂମି କାର୍ଯ୍ୟକ୍ରମର ବ୍ଲକ ପାଳକ ଯୋଗୀନ୍ଦ୍ର ଦାଶ ଯୋଗଦେଇଥିଲେ । ଏହି ଅକ୍ଷତ ଅରୁଆ ଆଗାମୀ ଜାନୁଆରୀ ୧ ରୁ ୧୫ ମଧ୍ୟରେ ବ୍ଲକ ଅଧିନସ୍ଥ ଗାଁରେ ପ୍ରତ୍ୟେକ ପରିବାରରେ ବଣ୍ଟନ କରାଯିବ ବୋଲି କହିଥିଲେ । ପୁଣି ଆସନ୍ତା ୨୨ଜାନୁଆରୀ ୨୦୨୪ ଦିନ ଗାଁରେ ଥିବା ମନ୍ଦିରକୁ ଅଯୋଧ୍ୟା ଶ୍ରୀରାମ ମନ୍ଦିର ସଦୃଶ ସଜାଇ ଓ ସନ୍ଧ୍ୟାରେ ଘରେ ଘରେ ଦୀପ ପ୍ରଜ୍ଜ୍ଵଳନ କରାଯିବ ବୋଲି ସୂଚାଇ ଥିଲେ । ଏହି ବୈଠକରେ ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତରୁ ସମୀର ସାହୁ, ମୋହନ ସାହୁ, କୀର୍ତ୍ତନ ଚନ୍ଦନ, ରମେଶ ପଟେଲ, କିଶୋର ଚନ୍ଦ୍ର ପଟେଲ, ରମେଶ ତ୍ରିପାଠୀ, ଲଳିତ ମୋହନ ସାହୁ, ସୁନିଲ ଅଗ୍ରୱାଲ, ବଳଦେବ ବାରିକ, ଯାଦବ ଦୋରା, ଦେବେନ୍ଦ୍ର ଦଣ୍ଡସେନା, ଅରୁଣ ପାତ୍ରଙ୍କ ସମେତ ପୂଜକ ଶତୃଘ୍ନ ପୁରୋହିତ, ରାଜୀବ ଲୋଚନ ପଣ୍ଡା ଆଦି ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.