୫-ଟି ଅଧ୍ୟକ୍ଷଙ୍କୁ ଭେଟି ଦାସୁଡୁ ଗୁରୁ ଆର୍.ସତ୍ୟମଙ୍କ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଗସ୍ତରେ ଆସି ଛତ୍ରପୁରସ୍ଥିତ ସୁନ୍ଦରେଶ୍ଵର ମନ୍ଦିରର ନବୀକରଣ ସମୀକ୍ଷା କରିଥିଲେ । ଏହି ଅବସରରେ ଦାସୁଡୁ ସତ୍ୟମଙ୍କ ନେତ୍ତୃତ୍ୱରେ ତାଙ୍କ ଦାସୁଡୁ ଗୋଷ୍ଠୀ ଭି.କେ. ପାଣ୍ଡିଆନଙ୍କୁ ସ୍ମାରକପତ୍ର ସହ ଭେଟିଥିଲେ । ଯାହାକି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ୨ଲକ୍ଷ ଟଙ୍କାର ଅନୁଦାନରେ ଠାକୁରଙ୍କ କୋଠା ନିର୍ମିତ ହୋଇଥିବା ବେଳେ ପୂର୍ଣ୍ଣାଙ୍ଗ ମନ୍ଦିର କୋଠା ନିର୍ମାଣ ନିମନ୍ତେ ଆଉ ଏକ ଅନୁଦାନ ପାଇଁ ଭେଟିଥିଲେ ଏବଂ ସ୍ମାରକପତ୍ର ପ୍ରଦାନ କରିଥିଲେ । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନିର୍ଭର ପ୍ରତିଶ୍ରୁତି ଦେଇଥିବା କୁହାଯାଏ । ତେଣୁ ଦାସୁଡୁ ଭକ୍ତ ଗୋଷ୍ଠୀ ଖୁସିବ୍ୟକ୍ତ କରି ରାଜ୍ୟସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ’ ଛତ୍ରପୁରର ଅଗ୍ରଣୀ ସେବା ସଂସ୍ଥାନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ଠାକୁରଙ୍କ ବିଭୂ-କୃପା ସାଉଁଟି ଆସିଥିବା ଦାସୁଡୁ ଗୁରୁ ଆର୍. ସତ୍ୟମ ରେଡ୍ଡୀଙ୍କ ନେତ୍ତୃତ୍ୱରେ ଦାସୁଡୁ ଗୋଷ୍ଠୀ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫-ଟିଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଭେଟି ଏକ ସ୍ମାରକପତ୍ର ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.