ଗୁରୁଣ୍ଡା ହାଇସ୍କୁଲରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ୪୦ତମ ବ୍ଲକସ୍ତରିୟ ଶିଶୁ ମେଳା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁରୁଣ୍ଡା ହାଇସ୍କୁଲ ପରିସରରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ତରଫରୁ ବ୍ଲକସ୍ତରୀୟ ଶିଶୁ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଓଷ୍ଟା ସଭାପତି ବିନୋଦ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଇମୁଣ୍ଡ ସରପଂଚ କାଳିଆ ସରାଫ ଯୋଗଦାନ କରି ବିଦ୍ୟାଳୟ ପରିସରରେ ଏକ ସାଇକେଲ ଷ୍ଟାଣ୍ଡ ତିଆରି କରିବା ପାଇଁ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବରେ ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ ପୁଟେଲ, ଓଷ୍ଟାର ମୁରିବାହାଲ ବ୍ଲକ ସଂପାଦକ ରାଜୀବ କୁମାର ମହାନ୍ତି, ଗୁରୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସରାଫ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତୁଲେ ମାଝୀ ପ୍ରମୁଖ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଶିଶୁମେଳାକୁ ଉଦ୍‌ଘାଟନ କରିଥିଲେ । ଗୁରୁଣ୍ଡା ହାଇସ୍କୁଲ ସହିତ ମୁରିବାହାଲ ବ୍ଲକର ଆଠଟି ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ତର୍କ, ସଙ୍ଗୀତ, କୁଇଜ୍, ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିଶୁ ମେଳାର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମୁରିବାହାଲ ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଓଷ୍ଟାର ବଲାଙ୍ଗିର ଜିଲ୍ଲା ସଂପାଦକ କୁଷଧ୍ୱଜ ସାହୁ, ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସରାଫ, ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଦୀପ ପୁଟେଲ, ଲୋକନାଥ ମେହେର, ଗୋଇମୁଣ୍ଡ ସରପଂଚ କାଳିଆ ସରାଫ, ବିଦ୍ୟାଳୟର ପୁର୍ବତନ ସଭାପତି କଶ୍ୟପ ସରାଫ, ମୁରିବାହାଲ ବ୍ଲକ ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ମୁରିବାହାଲ ବ୍ଲକ ଓଷ୍ଟା ସଂପାଦକ ରାଜୀବ କୁମାର ମହାନ୍ତି ଯୋଗଦାନ କରି ଶିଶୁ ମେଳା ବିଷୟରେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଓଷ୍ଟା ତରଫରୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ମୁରିବାହାଲ ବ୍ଲକ ଓଷ୍ଟା ସଭାପତି ବିନୋଦ କୁମାର ମହାପାତ୍ର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଓଷ୍ଟା ବଙ୍ଗୋମୁଣ୍ଡା ସଭାପତି ଅରୁଣ କୁମାର ବାରିକ, ସଂପାଦକ ରସାନନ୍ଦ ମହାପାତ୍ର, ମୁରିବାହାଲ ବ୍ଲକ ଓଷ୍ଟାର ସମସ୍ତ କର୍ମକର୍ତ୍ତା ବୃନ୍ଦ, ଗୁରୁଣ୍ଡା ହାଇସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀବୃନ୍ଦ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.