oom

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟଠାରେ ମହା ସମାରୋହରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚୂଡ଼ାମଣି ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଦ୍ମପୁର ଉପ ଜିଲ୍ଲାପାଳ ଆଲୋକ କୁମାର ପଟେଲ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସ୍ଵତନ୍ତ୍ର ଅତିଥି ଭାବେ ପାଇକମାଲ ତହସିଲଦାର ଶ୍ରୀମତୀ ସିନ୍ଧୁସୂତା ପାତ୍ର ତଥା ସମ୍ମାନିତ ଅତିଥି ଭାବେ ଏସ୍‌ଡିପିଆର୍ ଓ ବିନାୟକ ମିଶ୍ର, ବରଗଡ ବରିଷ୍ଠ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ, ଅମ୍ବାଭୋନା ବିଈଓ ଭାବନା ସାହୁ, ପଦ୍ମପୁର ବିଈଓ ଲୋକନାଥ ଭୋଇ, ଝାରବନ୍ଧ ବିଈଓ ଶୁଭମ କୁମାର ପତି,ଏସ୍‌ଏମ୍‌ସି ଚେୟର ପର୍ସନ ବିନିଲତା ସାହୁ, ଭାଇସ୍‌ ଚେୟର ପର୍ସନ ନମିତା ସାହା ଯୋଗଦାନ କରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମିନତି ଦାଶ ଓ ଶିକ୍ଷକ ସୁରେଶ କୁମାର ଚୌହାନ ଯୋଗ ଦେଇଥିଲେ । ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ କରି ବାଗଦେବୀ ପୂଜନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁଙ୍କ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ବାର୍ଷିକ ବିବରଣୀ ପଠନ କରିଥିଲେ । ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ତ୍ରି-ମାସିକ ପତ୍ରିକାର ସପ୍ତମ ସଂଖ୍ୟା ‘ପ୍ରୟାସ ‘ ଉନ୍ମୋଚନ କରାଯାଇଥିଲା । ସୁରେନ୍ଦ୍ର କୁମାର ଭୋଇ , ମାନସ ରଞ୍ଜନ ଶତପଥୀ ଓ ରବୀନା ପଧାନ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଅବସରରେ ବରଗଡ ବରିଷ୍ଠ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ “ମୋ ସ୍କୁଲ ଅଭିଯାନ” କୁ ପାଞ୍ଚ ହଜାର ଟଙ୍କା ରାଶି ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଚକ୍ରଧର ନାୟକଙ୍କ ନିର୍ଦ୍ଦେଶିତ ନାଟକ ‘ସ୍ଵୟଂପ୍ରଭା’ ଛାତ୍ରୀମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଶିକ୍ଷୟିତ୍ରୀ ସଂଯୁକ୍ତା ଭୋଇ ଧନ୍ୟବାଦ ଜ୍ଞାପନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଜିବନାନନ୍ଦ ସାହୁ, ବୃନ୍ଦାବନ ଦାଶ, ନିଳୀମା ରାଣୀ ମହାନ୍ତି, ପୂଜରାଣୀ ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ଜ୍ୟୋତି ରେଖା ମହାନନ୍ଦ, ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ, କମଳା କୁମ୍ଭାର କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.