csstore

ପଦ୍ମପୁର ବ୍ଲକ ତରଫରୁ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ସାରା ଓଡିଶାରେ ରାଜ୍ୟ ସରକାରଙ୍କର ଯୁବପିଢ଼ିଙ୍କୁ ବିଭିନ୍ନ କ୍ଷେତ୍ରରେ ପ୍ରୋତ୍ସାହନ ପାଇଁ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ହେଉଥିବା ବେଳେ ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ତରଫରୁ ଯୁବପିଢିଙ୍କ ପାଇଁ ପ୍ରତିଦିନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଉଛି । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତିଦିନ ଦୁଇଟି ଦଳ ମଧ୍ୟରେ ୬ ଓଭରର ମ୍ୟାଚ ହେଉଥିବା ବେଳେ ବହୁସଂଖ୍ୟାରେ କ୍ରୀଡାପ୍ରେମୀଙ୍କର ଭିଡ଼ ଜମୁଛି । ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ମ୍ୟାଚରେ ପଦ୍ମପୁର ମହିଳା ମହାବିଦ୍ୟାଳୟ ଏବଂ ଝାରବନ୍ଧ ମହିଳା ଦଳ ଭିତରେ ମ୍ୟାଚ ହୋଇଥିବା ବେଳେ ପଦ୍ମପୁର ମହିଳା ମହାବିଦ୍ୟାଳୟ ଦଳ ମୋଟ ୫୫ ରନ କରିଥିବା ବେଳେ ଝାରବନ୍ଧ ଦଳ ୫୬ ରନ କରି ବିଜୟୀ ହୋଇଥିଲେ । ତେବେ ସମସ୍ତ ଖେଳାଳି ଉତ୍ସାହର ସହ ଖେଳକୁ ଖେଳିଥିବା ବେଳେ ଦର୍ଶକ ମଧ୍ୟ ଖୁବ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜବୋଡାସାମ୍ବର ବ୍ଲକର ଉମାକାନ୍ତ ଭୁଏ ଏବଂ ଓମ ପ୍ରକାଶ ସାହୁ ନୋଡାଲ ଅଫିସର ଦାୟିତ୍ୱ ତୁଳାଇ ଥିଲେ ।

jayashree
Leave A Reply

Your email address will not be published.