ପାଇକମାଲ ଛକ ରାସ୍ତା ଅବସ୍ଥା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଛକ ବିଜୁ ଏକ୍ସପ୍ରେସ ୱେ ନିକଟରେ ଝାରବନ୍ଧ ରାସ୍ତା ବିପଦ ସଂକୁଳ ଅବସ୍ଥାରେ ଅଛି ହେଲେ କାହାରିର ନଜର ପଡୁନାହିଁ । ଝାରବନ୍ଧ ଉପାନ୍ତ ଅଞ୍ଚଳ ଛତିଶଗଡ ପଟରୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ଦର୍ଶନ ପାଇଁ ଅନେକ ଲୋକ ଏହି ରାସ୍ତା ଦେଇ ଆସନ୍ତି । ଏହା ଏକ କେନ୍ଦ୍ରସ୍ଥଳୀ ଅଟେ । ଏହି ରାସ୍ତାର ମଝିରେ ଖାଲ ସୃଷ୍ଟି ହୋଇ ପାଣି ଜମି ରହିଛି । କେନ୍ଦ୍ରସ୍ଥଳୀ ହୋଇଥିବାରୁ ଅନେକ ଯାନବାହାନ ଯାତାୟାତ କରୁଛି । ଛୋଟ ଛୋଟ ଦୁର୍ଘଟଣା ଘଟିବାର ଆଶଙ୍କାର ଅଛି । କିନ୍ତୁ କୌଣସି ପ୍ରଶାସନ ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କ ଏଥିପ୍ରତି ଦୃଷ୍ଟି ନାହିଁ । ତେଣୁ ବ୍ଲକ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏହି ରାସ୍ତା ମରାମତି କରିବା ପାଇଁ ଜନ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.