ବିଜୁ ଏକ୍ସପ୍ରେସ ୱେରେ ମନଇଚ୍ଛା ଗଛକଟା ଚାଲିଥିବା ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଏକ୍ସପ୍ରେସ ୱେ ପାଇକମାଲ, ସାଲେପାଲି, ଖମାର ଘର ରାସ୍ତା କଡରେ ସୁଖିଲା ଗଛ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଅଛି । ଗଛ ପଡିଯାଇ ଧନ, ଜୀବନ ହାନି ହୋଇ ପାରେ ବୋଲି ଜନସାଧାରଣଙ୍କ ଅଭିଯୋଗ । ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ । ସମ୍ପୃକ୍ତ ବିଭାଗର ନିଦ ଭାଙ୍ଗିଛି । ହେଲେ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଗୁଡିକୁ ନ କାଟି ବଞ୍ଚି ଥିବା, ସବୁଜ ପତ୍ର ଥିବା, ଛାଇ ପ୍ରଦାନ କରୁଥିବା ଗଛ ଗୁଡିକୁ ମନଇଚ୍ଛା କଟା ଚାଲିଛି । ହେଲେ ବିପଦରେ ଥିବା ଶୁଖିଲା ଗଛ ଗୁଡିକୁ କଟାଯାଉ ନାହିଁ ବୋଲି ଅଭିଯୋଗ ହେଉଛି । ଜଣା ପଡୁଛି ଯେ ବିପଦ ସଂକୁଳ ଅବସ୍ଥାରେ ଥିବା ଗଛ ଇଟା ତିଆରି କରୁଥିବା ଲୋକମାନେ ନିଜେ ଖର୍ଚ୍ଚ କରି ଗଛ କାଟି ନେଉଛନ୍ତି । ସମ୍ପୃକ୍ତ ବିଭାଗକୁ ଗଛ କଟାରେ କୌଣସି ଖର୍ଚ୍ଚ କରିବାକୁ ପଡୁନାହିଁ । ଓଲଟି ବିଭାଗ ଗଛ ବିକି ଟଙ୍କା ଆଦାୟ କରୁଥିବା ଶୁଣିବାକୁ ମିଳୁଛି । ହେଲେ ବିପଦରେ ଥିବା ଶୁଖିଲା ଗଛକୁ ଇଟା ତିଆରି କରୁ ଥିବା ଲୋକ ନେବା ପାଇଁ ରାଜି ହେଉ ନାହାନ୍ତି କି ବିଭାଗ ଖର୍ଚ୍ଚ କରି ଗଛ କାଟି ବାକୁ ଚାହୁଁ ନାହିଁ । ଏପରି କି ମହାବୀର ପେଟ୍ରୋଲ ପମ୍ପ ରାସ୍ତା କଡରେ ଏକାଧିକ ସବୁଜ ଗଛ କଟା ଯାଇଛି । ଉକ୍ତ ପେଟ୍ରୋଲ ପମ୍ଫର ସ୍ୱାର୍ଥ ଦୃଷ୍ଟିରୁ ବୋଲି ଆଲୋଚନା ହେଉଛି । ବିପଦ ହେବା ଆଗରୁ ଜନସାଧାରଣ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିବା ବେଳେ ସମ୍ପୃକ୍ତ ବିଭାଗର ଏପରି ମନଇଚ୍ଛା କାରବାର ଲୋକଙ୍କ ମନରେ ବ୍ୟାଘାତ ସୃଷ୍ଟି କରୁଛି । ଯଦି ଉଚିତ ପଦକ୍ଷେପ ନିଆ ନଯାଏ ତା’ ହେଲେ ଜନତା ରାସ୍ତାରୋକ ଆନ୍ଦୋଳନ କରିବାକୁ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.