ଘୁଷୁରାମୁଣ୍ଡା ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

  • ଧୁମସୁକୁ ହରାଇ ଭାଟିପଡା ଚାମ୍ପିୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ପଂଚାୟତ ଘୁଷୁରାମୁଣ୍ଡା ଗ୍ରାମର ଖେଳ ପଡିଆଠାରେ ଚାଲିଥିବା ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଶନିବାର ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ଧୂମସୁ ଦଳକୁ ହରାଇ ଭାଟିପଡା ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି । ନେହେରୁ ସ୍ପୋର୍ଟ୍ସଙ୍ଗ କ୍ଳବ ଆନୁକୂଲ୍ୟରେ ଗତ ୬ ତାରିଖ ଠାରୁ ୧୬ ଗୋଟି ଦଳକୁ ନେଇ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଧୂମୁସୁ ଓ ଭାଟିପଡା ମଧ୍ୟରେ ମ୍ୟାଚରେ ନିର୍ଧାରିତ ସମୟରେ ଭାଟିପିଡା ଦଳ ୨/୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ହୋଇଛି । ଏହି ଅବସରରେ ମୁରିବାହାଲ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଉଭୟ ଖେଳାଳିକୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ରୂପେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝୀ, ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ବରିଷ୍ଠ ବିଜେଡ଼ି ନେତା ବୁଦ୍ଧଦେବ ମହାକୁର, ସାମ୍ବାଦିକ ସଂଘ ସଭାପତି ସୁବ୍ରତ କୁମାର ମହାକୁର, ବିଶିଷ୍ଟ କ୍ରୀଡ଼ାବିତ ଦୁଲେଶ୍ୱର ମହାନନ୍ଦ, ଦିଲ୍ଲୀପ କୁମାର ପୁଷ୍ଟି ପ୍ରମୁଖ ମଞ୍ଚାସୀନ ରହିଥିଲେ । ଏହା ସହ ବିଜେତା ଦଳ ଭାଟିପଡାକୁ ଟ୍ରଫି ସହ ନଗଦ ୮ ହଜାର ଟଙ୍କା ପୁରସ୍କାର ରାଶି ଦେବା ସହ ଉପବିଜେତା ଧୂମୁସୁ ଦଳକୁ ଟ୍ରଫି ସହ ନଗଦ ୬ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଖେଳାଳି ବିଶାଳ ଚନ୍ଦନ, ଶ୍ରେଷ୍ଠ ଗୋଲ କିପର ସୋମ୍ୟ ନାୟକ, ଶ୍ରେଷ୍ଠ ସ୍କୋରର ଦୀନେଶ ଖରସେଲ, ଶ୍ରେଷ୍ଠ ଡ଼ିଫେନ୍ସ ମନ ମାଝୀଙ୍କୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟକୁ ବୁଲୁ ପ୍ରଧାନୀ, ସାନ ଭୋଇ, କୁସଦେବ ଆଡ଼ଯୁଏଡ଼ ପ୍ରମୁଖ ପରିଚାଳନା କରିଥିଲେ । ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସଭାପତି ପିଣ୍ଟୁ ଭୋଇ, ସମ୍ପାଦକ ଜୟଦେବ ଭୋଇ, କୋଷାଧ୍ୟକ୍ଷ ମାମରାଜ ବାଗ, ଟିମ ମେନେଜର ନରେଶ ସାହୁଙ୍କର ନେତୃତ୍ୱରେ ସର୍ଦ୍ଦାକର ବାଗ, ସେବା ସାହୁ ଜୟକିଶନ ବାଗ, ପିଣ୍ଟୁ ଦୀପ, ତପନ ଦୀପ, ନରେନ୍ଦ୍ର ମହାରାଣା, ହଂସରାଜ ପରାଭୁଏ, ବନ କାଣ୍ଡ ସରୋଜ ଖମାରି, ଅଜୟ ଯାନୀ ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରତ୍ୟେକ ଦିନ ରାକେଶ ପୃଷ୍ଟି ଧାରା ବିବରଣୀ ପ୍ରଦାନ କରିଥିଲେ । ଖେଳ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏଥିରେ ସମସ୍ତ ଘୁସୁରାମୁଣ୍ଡା ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.