jayashree

କ୍ରିକେଟ୍‌ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ରିକେଟ୍‌ ଖେଳୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ଜଣେ ୭ ବର୍ଷିୟ ଶିଶୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ ରୁଗୁଡ଼ିପାଲି ଗ୍ରାମର ୟସ ଜାଲ(୭) । ନିଜ ଗାଁ ସ୍କୁଲରେ କ୍ରିକେଟ୍ ଖେଳ ଖେଳୁଥିବା ସମୟରେ ତାଙ୍କ ମୁଁହରେ ବେଟ୍ ବାଜିଯାଇଥିଲା । ଫଳରେ ତାଙ୍କ ମୁହଁ ଫାଟିଯିବା ସହିତ ଗୁରୁତର ଆହତ ହୋଇଥିଲେ । ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଘରକୁ ଖବର ଦେବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରିବା ପରେ ଡ଼ାକ୍ତର ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିଥିଲେ । ସେ ଏବେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣାପଡିଛି ।

Leave A Reply

Your email address will not be published.