oom

କସ୍ତୁରୀର ଦ୍ୱିତୀୟ ଦିନର ସାଂସ୍କୃତିକ ସମାରୋହ ୨୦୨୩ : ଅନାମର ଆତ୍ମଲିପି, ଦନ୍ତା ନୃତ୍ୟ ଓ କରମା ପୂଜାରେ ବିମୋହିତ ଦର୍ଶକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅଗ୍ରଣୀ ସାମାଜିକ ଓ ନାଟ୍ୟାନୁଷ୍ଠାନ କସ୍ତୁରୀର ଦ୍ୱିତୀୟ ଦିବସରେ ସାଂସ୍କୃତିକ ସମାରୋହ ୨୦୨୩ କାର୍ଯ୍ୟକ୍ରମରେ ଭାସ୍କର ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ଅନାମର ଆତ୍ମଲିପି, ମାରାଙ୍ଗବୁରୁ କଲଚରାଲ ଗୃପର ଦନ୍ତା ନୃତ୍ୟ ଓ ମୁଣ୍ଡାରୀ ଯୁବ ସଂଘ ତରଫରୁ ମୁଣ୍ଡା ଲୋକ ନୃତ୍ୟ ଓ ନାଟକ କରମା ପୂଜା ଦର୍ଶକଙ୍କୁ ବିମୋହିତ କରିଥିଲା । ଅନାମର ଆତ୍ମଲିପି ନାଟକରେ ସଂଗୀତ ଶକ୍ତି ପ୍ରସାଦ ମିଶ୍ର, ମଞ୍ଚରେ ପ୍ରଳୟ ଶତପଥୀ, ଆଲୋକରେ ରାକେଶ ଶତପଥୀ, ରୂପସଜ୍ଜାରେ ହରିହର ବଳ, ପ୍ରଛଦପଟ କଣ୍ଠରେ ସର୍ବଶ୍ରୀ ସୁରେନ୍ଦ୍ର ପାଢ଼ୀ, ପୁଷ୍ପଲତା ବିଶୋଇ, ସୁଦେଷ୍ଣାରାଣୀ ରାଉତ, ପ୍ରଶାନ୍ତ ରାଉତ, ସସ୍ମିତା ବେକ, ଭରତ ସେଠୀ, ବିଚିତ୍ର ଦାସ, ପ୍ରତ୍ୟୁଷା, ପୁଷ୍ପା ବିଶୋଇ ପ୍ରମୁଖ ସହଯୋଗ କରିଥିଲେ । ଅନୁଷ୍ଠାନର ସଭାପତି ଦିଲ୍ଲିପ କୁମାର ଭଞ୍ଜଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ରାଧାଶ୍ୟାମ ମହାନ୍ତିଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ନିର୍ବାହୀ ନିର୍ଦ୍ଦେଶକ ତରୁଣ ମିଶ୍ର, ଆର୍‌ଏସ୍‌ପିର ଖଣି ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ତଥା ଏହାର ସଂସ୍କୃତି ପରମ୍ପରା ବେଶ ଉନ୍ନତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ପାଦକ ଶ୍ରୀ ମହାନ୍ତି ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରିତୀ ବାରିକ ମଞ୍ଚ ସଂଯୋଜନା କରିଥିଲେ । ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରଙ୍କୁ ଅତିଥିମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ଉପସଭାପତି ଡ଼ଃ ତାପସ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ସର୍ବଶ୍ରୀ ରଜତ ସାହୁ, ଦୀପକ ରଥ, ଜୟନ୍ତ ମହାରଣା, ରାକେଶ ନାୟକ, ପାଣ୍ଡବ ମଲ୍ଲିକ, ରମେଶ ପାତ୍ର, ପ୍ରଫୁଲ୍ଲ ମହାରଣା, ପ୍ରଣବ ମହାପାତ୍ର, ମନୋଜ ଷଡ଼ଙ୍ଗୀ, ଦେବାଶିଷ ପଟ୍ଟନାୟକ, ମାନସୀ ମହାପାତ୍ର, ରବିନ୍ଦ୍ର ମହାପାତ୍ର, ଅଚ୍ୟୁତ ନାୟକ, ରାଜୀବ ନାୟକ, କିଶୋର ପ୍ରଧାନ, ଜୟନ୍ତ ଦାସ, ସାଜି ମାଥ୍ୟୁ, ନିହାର ରଞ୍ଜନ ମିଶ୍ର, ଅଜୟ ପ୍ରଧାନ, ଗଜେନ୍ଦ୍ର ମୁର୍ମୁ, ରଞ୍ଜିତ ସାହୁ, ଦେବପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.