ଡିସେମ୍ବର ୨୦ରୁ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୂଡାନ୍ତରେ ପହଞ୍ଚିଲା ପ୍ରସ୍ତୁତି

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଓ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ’ ସାହାଜି ଯୁବକ ସଂଘର ସହଯୋଗରେ ଆସନ୍ତା ଡିସେମ୍ବର ୨୦ ତାରିଖଠାରୁ ୨୮ ତାରିଖ ପର୍ଯ୍ୟନ୍ତ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ଗୃପ (କ)ରେ କଣ୍ଟାବାଞ୍ଜି, ମନିଗାଁ, ଖଡ଼ିଆଳ, ଧୂମସୁ, କୁରସୁଡ଼, ରେଙ୍ଗାଲି, ସର୍ଗୁଲ, ପତ୍ରାପାଲି(ଖ) ଦଳ ରହିଥିବା ବେଳେ ଗୃପ (ଖ)ରେ ବଙ୍କାପୁର, ନଙ୍ଗଳାଜୁରୀ, ବଙ୍ଗୋମୁଣ୍ଡା, ଖୁଦପେଜ, କପିଲାଭଟା, ଅଇଲାଭଟା, ମୁରିବାହାଲ, ଖଇରା(ବୋଡେ଼ନ) ଦଳମାନେ ଆସି ଟୁର୍ଣ୍ଣାମେଣ୍ଟରେ ସାମିଲ ହେବେ । ଆସନ୍ତା ୨୮ତାରିଖ ଦିନ ଫାଇନାଲ୍ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଶେଷ ଆକର୍ଷଣ ୟୁଟୁବ୍‌ରେ କମାଲ ଦେଖାଇ ଥିବା (କାଟାବାଞ୍ଜି ସୋନିଆ) ମୋତିଲାଲ ବାଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଆୟୋଜକ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ହୁଲେଶ୍ୱର ହଂସ,ସମ୍ପାଦକ ଆଶିଷ ବେହେରା, କୋଷାଧ୍ୟକ୍ଷ ରାହୁଲ ବାଗଙ୍କୁ ମନୋନୀତ କରାଯାଇଛି ।

Leave A Reply

Your email address will not be published.