ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ପ୍ରକଳ୍ପର ଭୂମି ପୂଜନ : ଶିଳାନ୍ୟାସ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ

ନୂଆଦିଲ୍ଲୀ : କେନ୍ଦ୍ରରେ ନରେନ୍ଦ୍ର ମୋଦି ଶାସନ ସମୟରେ ବିଶେଷ କରି ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ସୁନ୍ଦରଗଡ ଜିଲ୍ଲାରେ ରେଳ ପଥର ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେଇ ଆସୁଛନ୍ତି । ଏହି କ୍ରମରେ ନୂଆଦିଲ୍ଲୀଠାରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ସୁନ୍ଦରଗଡ଼ରେ ଜିଲ୍ଲାରେ ରେଳବିଭାଗ ତରଫରୁ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭୂମିପୂଜନ/ଶିଳାନ୍ୟାସ କରିବା ପାଇଁ ଅନୁରୋଧ କରିଛନ୍ତି । ସେହି ପ୍ରକଳ୍ପ ଗୁଡିକ ହେଲା (୧) ବିମଳାଗଡ଼ ତାଳଚେର ରେଳଲାଇନ (ବିମଳାଗଡ଼ ପଟୁ), (୨) ବିମଳାଗଡ଼ ବରସୁଆଁ ଦ୍ୱିତୀୟ ରେଳ ଲାଇନ (୩) ଝାରସୁଗୁଡା ଠାରୁ କୁନକୁରି ପର୍ୟ୍ୟନ୍ତ ନୂଆ ରେଳ ଲାଇନ (୪) ଡୁମରେତାରୁ ବିମଳାଗଡ଼ ତୃତୀୟ ଓ ଚତୁର୍ଥ ରେଳ ଲାଇନ, (୫) କରମପଦଓରୁ କିରିବୁରୁ ରେଳ ଲାଇନ, (୬) ବଡ଼ବିଲରୁ ନୟାଗଡ (ବାଂଶପାଣି) ରେଳ ଲାଇନ, (୭) ବରସୁଆଁରୁ ନୟାଗଡ (ବାଂଶପାଣି) ରେଳ ଲାଇନ, (୮) ପାନପୋଷ ରେଳ ଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ, (୯) ବିମଳାଗଡ଼ ରେଳ ଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ , (୧୦) ରାଉରକେଲା ରେଳଷ୍ଟେସନରେ ଅମୃତ ଯୋଜନାର ଶୁଭାରମ୍ଭ, (୧୧) ରାଉରକେଲା ମାଲଗୋଦାମଠାରେ ରେଳ ଓଭାର ବ୍ରିଜ ନିର୍ମାଣ, (୧୨) ବିମଳାଗଡ଼ରୁ କରମପଦଓ ଦ୍ଵିତୀୟ ରେଳ ଲାଇନ, (୧୩) ଲାଠିକଟଓରୁ କଲୁଙ୍ଗା ରେଳ ଲାଇନ (ରାଉରକେଲା ବଓଇପାସ), (୧୪) ଗଗନପୋଷ (ଗୀତାରାଣୀ ମହାନ୍ତି ଏବଂ JSW) ଠାରେ ୨ଟି ଲୋଡିଂ ହବ ଏବଂ (୧୫) ଝାଡ଼ତରଙ୍ଗ (ରାଉରକେଲା ଓ କଲୁଙ୍ଗା ରେଳ ଲାଇନଠାରୁ ଗତିଶକ୍ତି ସାଇ ମନ୍ଦିର) ନୂଆ ଲୋଡିଂ ହେବ ଇତ୍ୟାଦି । ଏଥିସହିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ରେଳ ଷ୍ଟେସନମାନଙ୍କରେ କେତେକ ଟ୍ରେନର ରହଣି ପାଇଁ ମଧ୍ୟ ଶ୍ରୀ ଓରାମ୍ ଦାବି କରିଥିଲେ । ଉପରୋକ୍ତ ପ୍ରକଳ୍ପ ଗୁଡିକର ଭୂମିପୂଜନ/ଶିଳାନ୍ୟାସ ଖୁବଶୀଘ୍ର କରାଇବାକୁ ଜୁଏଲ ଓରାମ୍ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.