csstore

ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶଙ୍ଗରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ର ଉଦ୍‌ଯାପନୀ ସମାରୋହ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ କୁଶଙ୍ଗ ସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ (ନୂଆଁ-ଓ) କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଗତ ୧୨ଦିନ ଧରି ଏଠାରେ କ୍ରୀଡା, ସାଂସ୍କୃତିକ ଓ ସମାଜସେବା ସମ୍ପର୍କିତ ପ୍ରତିଯୋଗିତା ଗୁଡ଼ିକ ସଫଳତାର ସହିତ ସମାପନ ହୋଇଛି । ଅଧ୍ୟକ୍ଷ ପରମେଶ୍ୱର ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗଦେଇ ଯୁବ ଓଡ଼ିଶା ନବୀନ ଓଡ଼ିଶା ବାବଦରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ପୂର୍ବତନ ସମ୍ପାଦକ ତଥା ସମାଜସେବୀ ଗୋଲକ ବିହାରୀ ପଟେଲ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, କୁଶଙ୍ଗ ସରପଂଚ ଗୀତାଞ୍ଜଳି ପଟେଲ, ସମିତି ସଭ୍ୟ ସୁରେନ୍ଦ୍ର ଛତ୍ରିଆ, ଗୌନ୍ତିଆ ବୃନ୍ଦାବନ ପଟେଲ, ଗ୍ରାମ୍ୟ କମିଟି ସଭାପତି ଲଳିତ କୁମାର ପଟେଲ, ବରିଷ୍ଠ ନାଗରିକ ଗୋବିନ୍ଦ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଝସକେତନ ମିଶ୍ର ମଞ୍ଚ ପରିଚାଳନା ସହିତ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରାଧ୍ୟାପକ ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଅଧ୍ୟାପକ ଦେଵୀ ପ୍ରସାଦ ସାହୁ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଅନ୍ତର୍ଯ୍ୟାମୀ ମିଶ୍ର, ଖେଳ ଶିକ୍ଷକ ଦେବରାଜ ଭୋଇ, ସୁରେଶ ପଟେଲ, ବିରେନ୍ଦ୍ର ଧରୁଆ, ସୁରେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ପ୍ରାଧ୍ୟାପକ ସରୋଜ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.