oom

ଯାଦବ ସଚେତନତା ରଥ ଶୁଭାରମ୍ଭ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଗ୍ରାମ ପଞ୍ଚାୟତର କୁର୍ଲୁପାଲିସ୍ଥିତ ମା ସମଲେଶ୍ୱରୀଙ୍କ ପିଠଠାରେ ପୁଇଁନ୍ତଲା ବ୍ଲକ ଯାଦବ ମହାସଭା ଆୟୋଜନରେ ଯାଦବ ସଚେତନତା ରଥ ଶୁଭାରମ୍ଭ ହୋଇଯାଇଛି । ଏହିରଥ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ୨୫ ଗୋଟି ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମକୁ ପହଞ୍ଚି ଯାଦବ ଏକତା ସମୃଦ୍ଧି ଓ ପ୍ରଗତିର ସନ୍ଦେଶ ନେଇ ସଚେତନତାର ବାର୍ତ୍ତା ଦେବ । କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଅନିରୁଦ୍ଧ ବଗର୍ତ୍ତୀ, ଜିଲ୍ଲା ସଂପାଦକ ପ୍ରଦୀପ ସେଲମା, ଯୁବ ଯାଦବ ସଭାପତି ଦେବେନ୍ଦ୍ର ହାତୀ, ଯୁବ ଯାଦବ ସଂପାଦକ ସଚିତା ନନ୍ଦ ବଗର୍ତ୍ତୀ, ପିତାମ୍ବର ବାଙ୍କ, ଜଗନ୍ନାଥ ଚନ୍ଦନ, ମନ୍ଦିର ବାଙ୍କ, ମହାଦେବ ବାଙ୍କ, ସୁଦାମ ସେଲମା, ଦଣ୍ଡଧାରୀ ବନଛୋର, ବାବୁଲାଲ ବାଗ, ସୁକଲ ବାଗ, ଆନନ୍ଦ ବାଗ, ଚୈତନ୍ୟ ବଗର୍ତ୍ତୀ, ତରଣି ମଟାରୀଙ୍କ ସମେତ ଗ୍ରାମ ପଞ୍ଚାୟତ ଗୁଡିକର ସଭାପତି/ସଂପାଦକମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.