ଦେଢ଼ଗାଁରେ ବିଦ୍ୟୁତ କେବୁଲ ସଂସ୍ପର୍ଶରେ ଜଣେ ମୃତ୍ୟୁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଦେଢ଼ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେରେ ଆସି ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଧମକଧର ଥପାଙ୍କ ପୁଅ ଲମ୍ବୋଦର ଥପା ଘର କାମ କରୁଥିବା ବେଳେ ତାଙ୍କ ଘର ଉପରୁ ଯାଇଥିବା ବିଦ୍ୟୁତ ବିଭାଗର ତାରରେ ଲାଗି ବେହୋସ ହୋଇ ପଡିଯାଇଥିଲେ । ତାଙ୍କୁ ସାଙ୍ଗେସାଙ୍ଗେ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପରିବାର ଲୋକେ ଆଣିଥିଲେ । କିନ୍ତୁ ଆଉଟ୍‌ ଡୋର୍‌ ଡ୍ୟୁଟିରେ ଥିବା ଡାକ୍ତର ନନ୍ଦିତା ଜୈନ ତାଙ୍କୁ ଦେଖିଲା ମାତ୍ରେ ମୃତ ଘୋଷଣା କରିଥିଲେ । ଖବର ପାଇ ସିନ୍ଧେକେଲା ପୋଲିସ ଡାକ୍ତରଖାନା ପହଞ୍ଚି ତଦନ୍ତ କରିବା ସହ ମୃତ ବ୍ୟକ୍ତିକୁ ଶବ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥିବା ଏଏସ୍‌ଆଇ ସରୋଜ ରଥ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଲମ୍ବୋଦରଙ୍କ ବିବାହକୁ କେବଳ ୪ ବର୍ଷ ହେଉଥିବା ବେଳେ ଏବେ ତାଙ୍କର ଏକ ୩ ବର୍ଷର ଶିଶୁ ସନ୍ତାନ ରହିଛି । ଏହି ଘଟଣା ଘଟିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.