ଧାନଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବରପାଲି ଏବଂ ସୋହେଲା ବ୍ଲକ ଅନ୍ତର୍ଗତ ଝୁଲପିଆପାଲି, ଖେମେଶରା, ହଳଦୀପାଲି ଏବଂ ସତଲମା ଗ୍ରାମରେ କୋର୍‌ କାର୍ବନ୍‌ ଏକ୍ସ ସୋଲୁସନ୍‌ ପ୍ରାଇଭେଟ ଲିମିଟେଡ଼ ଓ ମହାଶକ୍ତି ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଧାନଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଅଦଳ ବଦଳ, ଓଦା ଶୁଖିଲା ଜଳ ପରିଚାଳନା ପଦ୍ଧତି ମାଧ୍ୟମରେ ଧାନ ଗଛ ବୃଦ୍ଧି, ରୋଗ ପୋକ ନିୟନ୍ତ୍ରଣ ବିଷୟରେ ଚାଷୀଙ୍କୁ ସଠିକ ଭାବରେ ଅବଗତ କରାଇବା । ଏହି ଶସ୍ୟ କାଟ ପରୀକ୍ଷଣ ଚାଷୀମାନଙ୍କ ଜମିରେ ପାଞ୍ଚ ମିଟର ଲମ୍ବ ଓ ଓସାର ବିଶିଷ୍ଟ ଜାଗାରେ କରାଯାଇ ଆଦ୍ରର୍ତ୍ତା ମାତ୍ରା ଏବଂ ଉଦପାଦନ ପରିମାଣକୁ ଆକଳନ କରାଯାଇଥିଲା । ବିଶେଷକରି ଏହି ପଦ୍ଧତିରେ ହୋଇଥିବା ଚାଷରେ ଭଲ ଉଦପାଦନ ହୋଇଥିବା ଚାଷୀମାନେ କହିଛନ୍ତି । ଏହି ଶସ୍ୟ କାଟ ପରୀକ୍ଷଣ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅଂଚଳରେ ଚାଷୀମାନଙ୍କର ଅଂଶଗ୍ରହଣ ଓ ସହଯୋଗ ରହିଛି ।

Leave A Reply

Your email address will not be published.