csstore

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ପରିବେଶ ସଚେତନତା ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ପରିବେଶ ସଚେତନତା ଶୋଭାଯାତ୍ରା । ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା, ଆମକୁ ଦରକାର ପ୍ଲାଷ୍ଟିକ ମୁକ୍ତ ଜୀବନ, ସମସ୍ତେ ମିଶିବା, ପ୍ଲାଷ୍ଟିକ ନାଶିବା ଏଭଳି ସ୍ଲୋଗାନ ଓ ପ୍ଲାକାର୍ଡ ଧରି ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଛାତ୍ରଛାତ୍ରୀ ସହର ପରିକ୍ରମା କରି ପ୍ଲାଷ୍ଟିକର ପରିବେଶ ପ୍ରଦୂଷଣ ଉପରେ ସଚେତନ କରିଥିଲେ । ଜନସାଧାରଣ ଏଥିପ୍ରତି ଗୁରୁବ ଦେବାକୁ ଧ୍ୟାନ ଆକର୍ଷଣ କରିଥିଲେ । ଓଡ଼ିଶା ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା ଦ୍ୱାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଡ. ଅମୃତ ସିଂ ବରିହା ଏହି ଶୋଭାଯାତ୍ରାର ମହତ୍ତ୍ଵ ଉପରେ ନିଜର ଅଭିଭାଷଣ ରଖିଥିଲେ । ନୋଡାଲ ଅଧିକାରୀ ଡ଼. କୌତୁକ ପନ୍ଦର ଶୋଭାଯାତ୍ରାର ପରିଚାଳନା କରିଥିବା ବେଳେ ଅଧ୍ୟାପକ ହୃଷିକେଶ ଦାସ, ବିଶ୍ୱଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ରାମଶଙ୍କର ମେହେର, ଅମିତୋଶ ତ୍ରିପାଠୀ, ମଳୟ କ‌ଅଁର, କମଳାକାନ୍ତ କରାଲି, ପୁରୁଷୋତ୍ତମ କିଶାନ, ଶେଖର ରାୟ, ଭବାନୀ ଶଙ୍କର ପଟେଲ, ଅଧ୍ୟାପିକା ମଧୁସ୍ମିତା ମିଶ୍ର, ବନ୍ଦନା ବାର, ରିଚା ବିଶ୍ଵାଳ, କ୍ଷୀରୋଦିନୀ ଭୁଏ, ଅମୃତା ମହାପାତ୍ର, ଶିରିଶା ପତି, ସମୀକ୍ଷା ପ୍ରଧାନ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.