csstore

ଏଚ୍ଆରପିଏଲ୍‌ ର ବାର୍ଷିକ ଉତ୍ସବ

ମ,ରାମପୁର, ( ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ଠାରେ ଥିବା ହରିପ୍ରିୟା ରିଫ୍ରାକ୍ଟୋରିଜ୍ ପ୍ରାଇଭେଟ୍ ଲିମିଟେଡ଼ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କମ୍ପାନୀର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ବିଭୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମ,ରାମପୁର ଅଗ୍ନିଶମ ଅଧିକାରୀ ଲବ ନାୟକ, ସମ୍ମାନୀତ ଅତିଥି ଡାକ୍ତର ଲୋକ ନାଥ ସାହୁ, ଅଗ୍ନିଶମ୍ ବିଭାଗର ହାବିଲ ଦାର ବ୍ରହ୍ମାନନ୍ଦ ପ୍ରଧାନ ଯୋଗ ଦେଇଥିଲେ । ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥିମାନେ ଏହି କମ୍ପାନୀର ବିଦେଶରେ ନିଜର ପରିଚିତି ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି ମତ ପ୍ରକାଶ କରି ଥିଲେ । ଏହି ଅବସରରେ କମ୍ପାନୀର କର୍ମଚାରୀ ବରୁଣ ନାଗ, ସୁଶୀଲ ନନ୍ଦ, ଚତୁର୍ଭୁଜ ଭୋଇ, ବାବୁଲାଲ ସାହୁ, ଉମେଶ ସାହୁ, ମଣ୍ଟୁ ଭୋଇ, ପ୍ରମୋଦ ପାତ୍ର, ଲିକୁନ୍ ବିଶି, ଲତା ମାଝୀ, ସପୁରୀ ଭୋଇଙ୍କୁ ନିଜର କାର୍ଯ୍ୟ ଦକ୍ଷତା ପାଇଁ ମାନପତ୍ର, ସ୍ମୃତି ଫଳକ ଓ ଉପାୟନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ରାକେଶ ଶତପଥି, ରୀତେଶ ଶତପଥୀଙ୍କ ସମେତ ନବୀନ, ରଞ୍ଜିତ, ପ୍ରମୋଦ, କ୍ରିଷ୍ଣା, ଉଜ୍ଜ୍ୱଳଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.