ଜାମଗାଁରେ ଯୁବ ଓଡିଶା କାର୍ଯ୍ୟକ୍ରମର ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓଡିଶା କାର୍ଯ୍ୟକ୍ରମର ତୃତୀୟ ଦିବସରେ ନିମ୍ନଲିଖିତ କାର୍ଯ୍ୟକ୍ରମମାନ ସଂପାଦନ କରାଯାଇଛି । ଲମ୍ବଡିଆଁ, ଉଚ୍ଚଡିଆଁ, ଖୋ ଢେ଼ା, ବ୍ୟାଡମିଣ୍ଟନ, ଟଗ୍‌ ଅପଂୱାର ଓ କବାଡି ଆଦି କାର୍ଯ୍ୟକ୍ରମ ସଂପାଦିତ ହେଲା । ବିଜେତା ଲମ୍ବଡିଆଁ ବାଳିକାରେ କାନ୍ତାୟିନୀ ଡାଙ୍ଗ ପ୍ରଥମ, ସତାସିନୀ ମହାକୁର ଦ୍ୱିତୀୟ, ରଂଜିତା ଗାଇଗରିଆ ତୃତୀୟ, ଲମ୍ବଡିଆଁ ବାଳକ ବିଭାଗରେ ସଂବିତ ରାଜ ଜୁଏଡ ପ୍ରଥମ, ରାଜୀବ ବିଭାର ଦ୍ୱିତୀୟ, ଦିଲେସ ନାଏକ ତୃତୀୟ, ଉଚ୍ଚଡିଆ ସଂବିତରାଜ, ଜିତେନ୍ଦ୍ର ଓ ଦିଲେସ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଟଗ୍‌ ଅପଂୱାରରେ ଦ୍ୱାଦଶ ଶ୍ରେଣୀର ବାଳକମାନେ ଓ ଏକାଦେଶ ଶ୍ରେଣୀର ବାଳିକାମାନେ ବିଜେତା ହେଲେ । ଶିବ ଶଙ୍କର ଉଦ୍‌ଗାତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ଅଧ୍ୟାପକ ଗଣ ସହଯୋଗ କରିଥିଲେ । ଶିକ୍ଷକ ଅଶୋକ ଭଞ୍ଜ, ହରେକୃଷ୍ଣ ନାଏକ, ସଚିଦାନନ୍ଦ ସାହୁ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Leave A Reply

Your email address will not be published.