କିଏ କୋଠା ଘରେ ତ କିଏ ପଲିଥିନ ତଳେ ମୁଣ୍ଡଗୁଞ୍ଜି ଦିନ କାଟୁଛି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଭେଉଁରିଆ ଗ୍ରାମରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଗ୍ରାମର ତରଣୀ ସୁନା ଓ ତାଙ୍କ ବିଧବା ମାଁ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ରହିବା ପାଇଁ ଉପଯୁକ୍ତ ଗୃହ ନାହିଁ ବୋଲି ବିବାହ ପରେ ସ୍ତ୍ରୀ ତାଙ୍କୁ ଛାଡି ବାପା ଘରକୁ ଚାଲିଗଲା । ବିଗତ ୨୮ ବର୍ଷ ତଳେ ଏକ ସରକାରୀ ଘର ମିଳିଥିଲା । ସେହି ଘରର ଛାତ ଫାଟି ଥିବା ହେତୁ ଘର ଭିତରେ ପାଣି ଗଳୁଛି । ଏକ ବିପଦ ପୂର୍ଣ୍ଣ ଘରେ ରହିବା ସମ୍ଭବ ହୋଇ ପାରୁ ନାହିଁ । କେତେ ବେଳେ ଯେ ଛାତ ପଡ଼ିଯିବ ତାର ଠିକଣା ନାହିଁ । ତେଣୁ ବୁଢ଼ୀ ମାଁ ପୁଅ ଉଭୟେ ବାରଣ୍ଡାରେ ପଲିଥିନ ଲଗାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ଅନେକ ଥର ସରପଞ୍ଚଠାରୁ ବିଡିଓ ପର୍ଯ୍ୟନ୍ତ ଆବେଦନ କରି ଫଳପ୍ରଦ ହୋଇ ନାହିଁ ବୋଲି ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ସକାଶେ ଅନେକ ଯୋଜନା ମାନ ପ୍ରଣୟନ କରିଛନ୍ତି । ମାତ୍ର ଉପଯୁକ୍ତ ହିତାଧିକାରୀମାନେ ଏଥିରେ ବଂଚିତ ହେଉଛନ୍ତି । ତେଣୁ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ତେଣୁ ପଦ୍ମପୁର ବ୍ଲକ ପ୍ରଶାସନ ତଥା ବରଗଡ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ରଖି ବିହିତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.