ଗଛରେ ପିଟି ହେଲା ବାଇକ୍ : ସିକ୍ୟୁରିଟି ଗାର୍ଡଙ୍କ ସହ ଦୁଇ ମୃତ

ବାଙ୍କି : ଗଛରେ ପିଟି ହେଲା ବାଇକ୍‌ ସିକ୍ୟୁରିଟି ଗାର୍ଡଙ୍କ ସହ ଦୁଇ ମୃତ । ବାଇକ୍‌କୁ ଲିଫ୍ଟ ମାଗି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ସିକ୍ୟୁରିଟି ଗାର୍ଡଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଙ୍କି ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ଦୋଲଣାପୁର ନିକଟରେ । ସୂଚନା ଅନୁଯାୟୀ ଡମପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକୁରିଟି ଗାର୍ଡ ଭାବରେ କାମ କରୁଥିବା ରାକେଶ କୁମାର ନନ୍ଦ ଡ୍ୟୁଟି ସାରି ଘରକୁ ଫେରୁଥିଲେ । ଆଉ ଶୀଘ୍ର ଘରକୁ ପହଞ୍ଚିବା ପାଇଁ ବାଟରେ ସେ ଜଣେ ବାଇକ୍‌ ଆ​ରୋହୀଙ୍କୁ ଲିଫ୍ଟ ମାଗିଥିଲେ । କିନ୍ତୁ ଡମପଡ଼ାରୁ ଖୋର୍ଦ୍ଧା ଯାଉଥିବା ବେଳେ ତାଳବସ୍ତ ଫାଣ୍ଡି ଅନ୍ତର୍ଗତ ଦୋଲଣାପୁର ଗ୍ରାମ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା ବାଇକ୍ । ଫଳରେ ଏଥିରେ ରାଜେଶ ଏବଂ ଉକ୍ତ ବାଇକ୍ ଚାଳକ ଅଜୟ ତିରୋଇଙ୍କ ମୃତ୍ୟୁ ହୋଇଛି । ତେ​‌ବେ ରାକେଶଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗିଆପଡ଼ା ବୋଲି ଜଣାପଡ଼ିଥିବାବେଳେ ଅନ୍ୟ ଜଣଙ୍କ ବିଷୟରେ ସଠିକ୍‌ ତଥ୍ୟ ମିଳିନାହିଁ । ସେପେଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.