ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ଉପଲକ୍ଷେ ଗତ କାଲି ଓ ଆଜି ଦୁଇ ଦିନ ଧରି ବୋଡ଼ାସମ୍ବର ବ୍ଲକର ଵିଭିନ୍ମ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ ରାଜବୋଡା ସମ୍ବର ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବକୃତା ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା, କଣ୍ଠ ସଂଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ବିଭାଗରେ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କର ଫଳାଫଳ ଆସନ୍ତା କାଲି ବାଣିଜ୍ୟ ମେଳା ଉଦ୍‌ଘାଟନ ପରେ ପ୍ରକାଶ କରାଯିବ ବୋଲି କମିଟି ସୂତ୍ରରୁ ଜଣାପଡ଼ିଛି । ଏହି ପ୍ରତିଯୋଗିତାମାନଙ୍କରେ ବିଚାରକ ଭାବେ ଗଙ୍ଗାଧର ମହାନ୍ତି, ଅଶୋକ ବହିଦାର (ନାଟ୍ୟକାର), ଡ.ଭକ୍ତପୂରଣ ସାହୁ, ପ୍ରୀତି ପ୍ରଧାନ, ଶେଷଦେବ ମେହେର, ଶ୍ରୀମତୀ କୁମାରିକା ମହାପାତ୍ର, ଶ୍ରୀମତୀ କରିସ୍ମା ସାହୁ, ରମେଶ ଗୁର୍ଲା, ସନ୍ତୋଷ ମହାନ୍ତି, ରାଜେଶ ଗୁର୍ଲା, ସୁଧାର୍ମା ଦାସ, ସଚ୍ଚିଦାନନ୍ଦ ସାହୁ, ଗିରିଧାରି ସାହୁ, ଦୁର୍ଗାଶିଷ ପଟ୍ଟନାୟକ ଓ କେଦାର ପଣ୍ଡା ଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପ୍ରତାପ ନାଥ, ହରି ସିଂ, ଇଂ. କୁନାଲ ପାଣିଗ୍ରାହୀ, ଦିବ୍ୟକିଶୋର ପଣ୍ଡା, ସୁଧାଂଶୁ ଶେଖର ତ୍ରିପାଠୀ, ଦୀନେଶ ବାରିକ, ନରେଶ ସୁନ୍ଦର ସାହୁ ଓ ନରୋତ୍ତମ ପଧାନଙ୍କ ସହାୟତାରେ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହେଲା । ଆସନ୍ତା କାଲି ରବିବାର ଦିନ ସକାଳ ୯ ଘଣ୍ଟା ସମୟରେ ସ୍ଥାନୀୟ ରାଜାଜୀ ଟାଉନ୍‌ ହଲ୍‌ଠାରେ ମହିଳାବର୍ଗ ଓ ଶିଶୁବର୍ଗର ରଙ୍ଗୋଲି ଓ ଝୋଟି ପ୍ରତିଯୋଗିତା ହେବାକୁ ଥିବାବେଳେ କେବଳ ମହିଳା ବର୍ଗ ର କଣ୍ଠ ସଂଗୀତ ପ୍ରତିଯୋଗିତା ହେବ । ଏଥିରେ ବହୁତ ସଂଖ୍ୟାରେ ଅଂଶଗ୍ରହଣ କରିବା ପାଇଁ କମିଟି ନିବେଦନ କରିଛନ୍ତି ।

Leave A Reply

Your email address will not be published.