ବଲାଙ୍ଗିରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତର ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲା ନ୍ୟାୟାଧିଶ ଲଲାଟେନ୍ଦୁ ଜେନା, ବିକ୍ରମ କେଶରୀ ପଟ୍ଟନାୟକ, ଜଜ୍‌ ଫ୍ୟାମିଲି କୋର୍ଟ ବଲାଙ୍ଗିର ହିମାଂଶୁ ଶେଖର ସିଂହ, ଅତିରିକ୍ତ ଜିଲ୍ଲା ଜଜ୍‌ ପ୍ରଥମ ବଲାଙ୍ଗିର ପିୟ ରଂଜନ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ବଲାଙ୍ଗିର ଜ୍ୟୋତି ରଜଂନ ଦାଶ, ସିଭିଲ ଜଜ୍‌ (ବରିଷ୍ଠ) ଚରନ୍‌ଜିତ ଓରାମ, ରେଜିଷ୍ଟର ବଲାଙ୍ଗିର ଜନ୍ମେଞୟ ପଲେଇ, ସିଭିଲ ଜଜ୍‌ (ବରିଷ୍ଠ), (ଏଲ୍‌ଆର୍‌ ଏଣ୍ଡସ୍‌ ଏଲ୍‌ଟିଭି) ବଲାଙ୍ଗିର ସୁକିତ କୁମାର ପାଣିଗ୍ରାହୀ, ସିଭିଲ ଜଜ୍‌ (କନିଷ୍ଠ) ମନୋଜ ମହାନ୍ତି, (ଏସ୍‌ଡିଜେଏମ୍‌) ବଲାଙ୍ଗିର ପ୍ରକାଶ କୁମାର କର, ଜେଏମ୍‌ଏଫ୍‌ସି ବଲାଙ୍ଗିର ପବ୍ଳିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍‌ କୋର୍ଟ), ବଲାଙ୍ଗିର ସୁବାଷ ଚନ୍ଦ୍ର ମହାନ୍ତ ଏବଂ ସମସ୍ତ ଓକିଲମାନେ ଉପସ୍ଥିଜ ଥିଲେ । ଉକ୍ତ ଲୋକ ଅଦାଲତକୁ ବିନୟ କୁମାର ପାତ୍ର, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବଲାଙ୍ଗିର ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ୨୭ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇଥିଲା । ୦୮ଟି ବ୍ୟାଙ୍କ ମକୋଦ୍ଦମାର ସମାଧାନ କରାଯାଇ ୯,୨୩,୨୨୯,୧୭/- ଆଦାୟ ହୋଇଥିଲା । ୧୦ଟି ମଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ମୋଟ୍‌ ୬,୦୮,୦୦୦/- ର କ୍ଷତିପୁରଣ ଦେବା ପାଇଁ ଆଦେଶ କରାଯାଇଥିଲା । ୩୪୪ଟି ଫୌଜଦାରୀ ମକୋଦ୍ଦମା ଫଇସଲ କରାଯାଇ ଟ. ୧୦,୩୦,୫୦୦/-ର ଜୋରିମାନା ଆଦାୟ ହୋଇଥିଲା । ୪୮୪ଟି ପ୍ରାକ୍‌ ମକୋଦ୍ଦମା ମାମଲାର ସମାଧାନ କରାଯାଇ ୧୪,୬୩,୫୫୭/- ଟଙ୍କା ଆଦାୟ ହୋଇଥିଲା । ପାରିବାରିକ ମିଳାମିଶାରେ ୧୮ଟି ମାମଲା ଫଇସଲା ହୋଇଥିଲା ।

Leave A Reply

Your email address will not be published.