ବ୍ରହ୍ମଗିରି ରେଞ୍ଜ ଅଞ୍ଚଳରୁ ୧୪ ବିଦେଶାଗତ ମୃତ ପକ୍ଷୀ ଜବତ

ବ୍ରହ୍ମଗିରି : ପ୍ରତିବର୍ଷ ଭଳି ଚଳିତ ବର୍ଷ ଶୀତ ଋତୁରେ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଲାଣି । ଚିଲିକା ସହିତ ଚିଲିକା ଉପକୂଳ ବିଲ ଏବଂ ଜଳାଶୟମାନଙ୍କରେ ପକ୍ଷୀ ଆସି ଖାଦ୍ୟ ସଂଗ୍ରହ କରିଥାନ୍ତି । ବିଦେଶାଗତ ପକ୍ଷୀଙ୍କ ଆଗମନ ଦେଖି ପକ୍ଷୀ ଶିକାରୀ ମଧ୍ୟ ସକ୍ରିୟ ହୋଇଛନ୍ତି । ବିଶେଷ କରି ଫ୍ଲୋରାଡିନ୍‌ ନାମକ ବିଷ କଇଁ ବେଣ୍ଟରେ ମିଶାଇ ପକ୍ଷୀ ଶିକାର କରିବାରେ ଲାଗିଛନ୍ତି । ଶିକାରୀ ପକ୍ଷୀକୁ ବଜାରରେ ଭଲ ଦରରେ ବିକ୍ରି କରୁଛି । ଶନିବାର ବ୍ରହ୍ମଗିରି ରେଞ୍ଜ ଖଜୁରିଆରେ ବ୍ରହ୍ମଗିରି ବନ ବିଭାଗ ଏକ ସଚେତନତା କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଘଟକୁଡ଼ି ଗାଁ ନିକଟ ରାସ୍ତାରେ ୩ ଜଣଯୁବକ ଏକ ବ୍ୟାଗ ଧରି ଯାଉଥିଲେ । ବନ ବିଭାଗ କର୍ମଚାରୀଙ୍କର ସନ୍ଦେହ ହେବାରୁ ତାଙ୍କୁ ଗୋଡ଼ାଇ ଥିଲେ । ତେବେ ଶିକାରୀ ସେହି ବ୍ୟାଗ ଫିଙ୍ଗି ଖସି ପଳାଇ ଯାଇଥିଲେ । ସେହି ବ୍ୟାଗରୁ ୧୪ଟି ମୃତ ପକ୍ଷୀ ଜବତ କରିବା ସହ ବନ ବିଭାଗ ସ୍କୁଟି ଏବଂ ମୋବାଇଲ ଜବତ କରିଛି । ମୋବାଇଲକୁ ଟ୍ରାକ୍‌ କରି ଆସାମୀକୁ ଧରାଯିବ ବୋଲି ରେଞ୍ଜ ଅଧିକାରୀ ଚନ୍ଦ୍ରଶେଖର ସାହୁ କହିଛନ୍ତି ।

Leave A Reply

Your email address will not be published.

error: Content is protected !!