csstore

ବିଏସ୍‌ଏଚ୍‌ ଦଳ ପକ୍ଷରୁ ହଷ୍ଟେଲ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରଠାରେ କସ୍ତୁରବା ଗାନ୍ଧୀ ବାଳିକା ହଷ୍ଟେଲଠାରେ ବିଏସ୍ଏଚ୍‌ ଦଳ ତରଫରୁ ଶତାଧିକ ଛାତ୍ରୀମାନଙ୍କୁ ଶୁଖିଲା ଖାଦ୍ୟ, ଖାତା କଲମ ବଣ୍ଟନ କରାଯାଇଛି । ଏହି ସଭା କାର୍ଯ୍ୟ ବିଏସ୍‌ଏଚ୍‌ର ବରିଷ୍ଠ କର୍ମକର୍ତ୍ତା ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମାନସୀ ସତନାମୀ, ହରେରାମ ସତନାମୀ, ନରେଶ ମାଝୀ, ତିବ୍ରରାଜ ମେହେର,ସୁରେଶ ପୁଟେଲ, ପଦ୍ମଚନ୍ଦ ଜୈନ, ସୁବ୍ରତ ରାୟ, ସୁଧାଂଶୁ ଶେଖର, ଶସିକଲା ବାଗ, ବନ୍ଦିତା ରାଉତ, ସସ୍ମିତା ବେହେରା, ବର୍ଷା ବାଗ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟ ଗୁଡ଼ିକ ସୂଚାରୁ ରୁପେ ସମ୍ପାଦିତ ହୋଇଥିଲା । ଛାତ୍ରୀମାନେ ବିଏସ୍‌ଏଚ୍ ଦଳକୁ ମଙ୍ଗଳ କାମନା କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଖି ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଉଛି । ଆଗକୁ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ମିଳିଛି । ରୋଶନ ବିଶି, ସୁମିତ ଜାଲ, ଚାନ୍ଦ ଛତ୍ରିଆ, ଦୁର୍ମନ ହଂସ, ମିନାରାଣୀ ବାଗ, ପଦ୍ମିନୀ ପୁଟେଲ, ମନବଧ ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.