ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଓ ପରାମର୍ଶ ଶିବିର ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମିତି ଲୋଇସିଂହାର ମିଳିତ ଆନୁକୁଲ୍ୟରେ ଲୋଇସିଂହା ବ୍ଲକ ସମ୍ମିଳନୀ କକ୍ଷରେ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବିଭିନ୍ନ ସରକାରୀ ଓ ବେସରକାରୀ ତାଲିମ ପ୍ରଦାନକାରୀ ସଂସ୍ଥା (PIA) ଯୋଗ ଦେଇଥିଲେ । ବିଭିନ୍ନ ଟ୍ରେଡ୍‌ ଗୁଡ଼ିକରେ ସ୍ୱଳ୍ପ ମିଆଦୀ ପାଠ୍ୟକ୍ରମ ସୂଚୀରୁ ପ୍ରାର୍ଥୀମାନଙ୍କ ରୁଚି ଅନୁଯାୟୀ ସେମାନେ ତାଲିମ ଗ୍ରହଣ କରିପାରିବା ସହିତ ବିଭିନ୍ନ ବୈଷୟିକ ଶିକ୍ଷା (ଆଇଟିଆଇ/ଡିପ୍ଲୋମା) ବାବଦରେ ଉପସ୍ଥିତ ତାଲିମ ପ୍ରଦାନକାରୀ ସଂସ୍ଥା ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ଅଂଚଳରୁ ପ୍ରାୟ ଶହେରୁ ଅଧିକ ପ୍ରାର୍ଥୀ/ପ୍ରାର୍ଥୀନୀ ଅଂଶଗ୍ରହଣ କରିଥିଲେ। ବିପିଏମ୍‌ ମଧୁସ୍ମିତା ବିଶ୍ଵାଳ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେରଙ୍କ ସମେତ ଜିଲ୍ଲା ନିୟୋଜନ ଅଧିକାରୀ ତଥା ବିଭିନ୍ନ ଟ୍ରେଡ୍‌ର ପଦାଧିକାରୀ ଗଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.