୪ ରାଜ୍ୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜିକାଲି ସାରା ଦେଶରେ ଅନେକ ଭୂକମ୍ପ ଘଟୁଛି । ଆଜି ଦେଶର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହୋଇଛି । ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ ଏବଂ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି । ତାମିଲନାଡୁରେ ଆଜି ସକାଳୁ ୭.୩୯ ରେ ୩.୨ ମ୍ୟାଗ୍ନିଚ୍ୟୁଡ୍‌ର ଏକ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୧ ରହିଥିଲା । ଏନ୍‌ସିଏସ୍‌ ଅନୁଯାୟୀ, ଆଜି ସକାଳୁ ୬.୫୨ରେ କର୍ଣ୍ଣାଟକରେ ଭୂକମ୍ପ ଅନୁଭୂତ ହୋଇଥିଲା । ୧୦ କି.ମି ଗଭୀରରେ ଏହି ଭୂକମ୍ପ ହୋଇଥିଲା । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଗୁଜରାଟର କୁଚ ଏବଂ ରାଜକୋଟରେ ସକାଳ ୯ଟାରେ କମ୍ପନ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୯ ବୋଲି କୁହାଯାଉଛି । ଭୂକମ୍ପର ଗଭୀରତା ୨୦ କି.ମି ଥିଲା । ସେହିପରି ମେଘାଳୟର ରାଜଧାନୀ ଶିଲଂରେ ଆଜି ସକାଳ ୮.୪୬ରେ ୩.୮ ମ୍ୟାଗ୍ନିଚ୍ୟୁଡ୍‌ର ଭୂକମ୍ପ ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.