ଦୁଇ ଭଉଣୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଭେଉଁରିଆ ଗ୍ରାମ ପଞ୍ଚାୟତର ଦେଉଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ଗ୍ରାମର ସାରଙ୍ଗ ପ୍ରଧାନଙ୍କ ଦୁଇ ଝିଅ ଜଣେ ବଡ ଭଉଣୀ ତ୍ରିପୁରା ପ୍ରଧାନ ବୟସ ୪୭ ବର୍ଷ ଏବଂ ସାନ ଭଉଣୀ ସୁକାନ୍ତି ପ୍ରଧାନ ବୟସ ୩୧ବର୍ଷ ଅଵିଭାହିତ ଅବସ୍ଥାରେ ଘରେ ରହି ଦୟନୀୟ ଭାବରେ ଜୀବନ ଯାପନ କରୁଅଛନ୍ତି । ସାନ ଭଉଣୀ ଜଣେ ମାନସିକ ରୋଗୀ ଅଟେ । ପ୍ରତି ମାସରେ ତାର ଚିକିତ୍ସା କରାଯାଉଛି । କେତେବେଳେ ଭଲ ହେଉଛି ତ କେତେବେଳେ ନାହିଁ । ମାଁ ବାପା ବୁଢ଼ାବୁଢ଼ୀ ଅବସ୍ଥାରେ ଉଭୟଙ୍କ ବୋଝ ପାଲଟିଛନ୍ତି । ଭରଣ ପୋଷଣ କରିବା ପାଇଁ ଆଉ କେହି ନାହିଁ । ଭାଇ ଜଣେ ସେ ମାଁ ବାପାଠାରୁ ଅଲଗା ରହୁଛି । ସାମାଜିକ ସୁରକ୍ଷା ନିମନ୍ତେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ହେଲେ ପ୍ରକୃତ ହିତାଧିକାରୀମାନେ ବଂଚିତ ହେଉଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତଥା ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉଭୟ ଭଉଣୀଙ୍କୁ ଭତ୍ତା ପ୍ରଦାନ କଲେ ଦୁହେଁ ଉପକୃତ ହୁଅନ୍ତେ । ପଦ୍ମପୁର ବିଡିଓ ତୁରନ୍ତ ପଦକ୍ଷେପ ନେବାକୁ ଜନ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.