ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟା : କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ୟୁ ଆର୍ ଅଣ୍ଡର୍‌ ଆରେଷ୍ଟ୍‌’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ପଞ୍ଚମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ କଳିଙ୍ଗ କଳା ପରିଷଦ ତରଫରୁ ନାଟକ ‘ୟୁ ଆର୍ ଅଣ୍ଡର୍‌ ଆରେଷ୍ଟ୍‌’ ମଞ୍ଚସ୍ଥ ହୋଇଥିବା ବେଳେ ନାଟକକୁ ପ୍ରଭାକର ପାତ୍ର ରଚନା ଓ ମଞ୍ଚ ସଜ୍ଜା ତଥା ନିର୍ଦ୍ଦେଶନା ଉମାକାନ୍ତ ବିଶୋଇ ଦେଇଥିଲେ । ନାଟକର ବିଷୟବସ୍ତୁରେ ରକ୍ଷକ ଯେଉଁଠି ଭକ୍ଷକ ହୁଏ ସେଇଠି ସାଧାରଣ ମଣିଷଟିଏ କଣ କରିବ? ମହାଦେବ ଷଣ୍ଢଙ୍କ ପରି ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଖରେ ଅର୍ଥ ହିଁ ସବୁକିଛି । ସାଧାରଣ ଜନତାଙ୍କୁ ନ୍ୟାୟ ଦେବା ବଦଳରେ ଅର୍ଥ ପିପାସୁ ମହାଦେବ ଏବଂ ଦକ୍ଷିଣ କବାଟ ନିଜର ଦ୍ୱାୟିତ୍ଵ କର୍ତ୍ତବ୍ୟ ସବୁକିଛି ଭୁଲିଯାଇଛନ୍ତି । ସେମାନେ କଣ ସତରେ ନିଜର ଭୁଲ ବୁଝିପାରିବେ ? କିଏ ସେମାନଙ୍କୁ ଶାସ୍ତି ଦେବ ? ଚନ୍ଦ୍ରମଣି, ସୁଚରିତା, ଧୂମକେତୁ ବାବା ନା ନିର୍ମଳ କିଏ ? ଏମିତି ଅନେକ ପ୍ରଶ୍ନର ଉତ୍ତରର ନାଟକ ୟୁ ଆର୍ ଅଣ୍ଡର୍‌ ଆରେଷ୍ଟ୍‌ । ଏହାକୁ ନେଇ ଗତିଶୀଳ ହୋଇଛି ନାଟକ । ଏହି ନାଟକରେ ସଂଗୀତ ମନୋଜ ଓ ଅମିତ ଦେଇଥିବା ବେଳେ କ୍ଷଣପ୍ରଭା ଷଡ଼ଙ୍ଗୀ କଣ୍ଠଦାନ କରିଥିଲେ । ମଞ୍ଚ ପରିଚାଳନାରେ ହରିଶ ମହାନ୍ତି, ବିଭୁ ନାୟକ, କ୍ରିଷ୍ଣା ନାୟକ ଓ ଅଭିନୟରେ ସର୍ବଶ୍ରୀ ଉମାକାନ୍ତ ବିଶୋଇ, ଜୟନ୍ତ ମହାପାତ୍ର, ଅଭିରାମ ପ୍ରଧାନ, ନରେନ ଦାସ, ସୁରେନ୍ଦ୍ର ପତ୍ରି, ଦ୍ୱିବେନ୍ଦୁ କୁଣ୍ଡୁ, ସ୍ୱେତାଂଶୁ ଷଡ଼ଙ୍ଗୀ, ସୌମ୍ୟ ଜେନା, ପ୍ରମିଳା ଜେନା, ସୁପ୍ରଭା ସାହୁ ପ୍ରମୁଖ ଅଭିନୟ କରିଥିଲେ । ଆଜିର ଏହି ନାଟକରେ ମୁଖ୍ୟ ଅତିଥିଭାବେ ଆର୍‌ଏସ୍‌ଏସ୍‌ର ଲୋକସମ୍ପର୍କ ବିଭାଗର ମୁଖ୍ୟ ଅର୍ଚ୍ଚନା ଶତପଥୀ ଓ ସମ୍ମାନିତ ଅତିଥି ଭାବେ ଡାକ୍ତର ପ୍ରଫୁଲ୍ଲ ମହାପାତ୍ର ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିବା ସରୋଜ ଶଙ୍ଖୁଆ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ଲକ୍ଷ୍ୟ ତଥା ସଦସ୍ୟ ମୁରଲୀ ଧର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଶତପଥୀ ଓ ସମ୍ମାନିତ ଅତିଥି ଡା. ମହାପାତ୍ର ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଦେବା ସହ ଏକତ୍ରର ନାଟକ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ । ରାଜୀବ ପାଣି, ସୁଦେଶ ନାୟକ, ଆଲୋକ ବୋଷ, ମହେନ୍ଦ୍ର ପଟ୍ଟନାୟକ, ଡ଼ା. କୃପାସିନ୍ଧୁ ନାୟକ ଓ ପ୍ରଜ୍ଞାନନ୍ଦ ମହାନ୍ତି, କନକଲତା ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଶରତ ଦାସ, ରମେଶ ମହାନ୍ତି, ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଝିଲିମା ମହାପାତ୍ର ମଞ୍ଚ ସଂଯୋଜନା କରିଥିଲେ । କଲ୍ୟାଣୀ ଦାସ ଓ କ୍ଷୀରୋଦା ବାରିକ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.