csstore

କଟକ ଓ ପୁରୀ ବସ୍‌ଷ୍ଟାଣ୍ଡକୁ ମୋ ବସ୍ ଏକ୍ସପ୍ରେସ୍ ସେବା

ଭୁବନେଶ୍ୱର : କ୍ୟାପିଟାଲ୍ ରିଜିୟନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଭୁବନେଶ୍ୱର ବିମାନ ବନ୍ଦରରୁ ସିଧାସଳଖ କଟକ ନେତାଜୀ ବସ୍ ଟର୍ମିନାଲ୍ (ସିିିଏନ୍‌ବିଟି) ଏବଂ ପୁରୀ ବସ୍ ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ମୋ ବସ୍ ଏକ୍ସପ୍ରେସ୍ ସେବା ଆରମ୍ଭ ହୋଇଛି । ବିମାନବନ୍ଦର ଯୋଗେ ଆସୁଥିବା ଯାତ୍ରୀମାନଙ୍କୁ ଏକ ନିରାପଦ ଯାତ୍ରାର ଅନୁଭୂତି ଦେବା ପାଇଁ ପୁରୀ ବସ୍‌ଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଫ୍ଲାଟ୍ ୨୦୦/- ଟଙ୍କା ଟିକେଟ୍ ମୂଲ୍ୟ ରହିଛି । ସେପରି କଟକ ନେତାଜୀ ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଏହି ଏକ୍ସପ୍ରେସ୍ ସେବା ପାଇଁ ମାତ୍ର ୧୦୦/- ଟଙ୍କା ଟିକେଟ୍ ମୂଲ୍ୟ ନିର୍ଦ୍ଧାରିତ ରହିଛି। ଏହି ଏକ୍ସପ୍ରେସ୍ ସେବା ପାଇଁ ଭୁବନେଶ୍ୱର ବିମାନ ବନ୍ଦରର ୪ର୍ଥ ଲେନ୍‌ରେ ଉପଲବ୍ଧ ଥିବା ମୋ ବସ୍ ଯୋଗେ ଯାତ୍ରୀମାନେ ସିଧାସଳଖ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିପାରିବେ। ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରି ପର୍ଯ୍ୟଟନ କ୍ଷେତ୍ରକୁ ଜନସାଧାରଣଙ୍କର ଯାତାୟତ ସୁବିଧା ବୃଦ୍ଧି କରିବା ଏବଂ ସହରାଞ୍ଚଳ କ୍ଷେତ୍ରରେ ସାମଗ୍ରିକ ସଂଯୋଗ ବୃଦ୍ଧି ଦିଗରେ କ୍ରୁଟ୍‌ର ମୋ ବସ୍ ଏକ୍ସପ୍ରେସ୍ ସେବା ଏକ ସକ୍ରିୟ ପଦକ୍ଷେପ ଅଟେ। । ଏହି ଆନ୍ତଃ ସହରାଞ୍ଚଳ ପରିବହନ ପଦକ୍ଷେପ ଯାତ୍ରୀଙ୍କ ଆତ୍ମବିଶ୍ୱାସକୁ ଆହୁରି ବୃଦ୍ଧି କରିବା ସହିତ ଏକ ସହଜ ଓ ସୁଲଭ ଯାତ୍ରାର ଅନୁଭୂତି ନେଇ ସଠିକ୍ ସମୟରେ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପୁଲିସ୍ ସେବା ଅଧିକାରୀ ଅରୁଣ ବୋଥ୍ରା କହିଛନ୍ତି ।

jayashree
Leave A Reply

Your email address will not be published.