ବଲାଙ୍ଗିରରେ ବିଶ୍ଵ ମୃତ୍ତିକା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ବିଶ୍ଵ ମୃତ୍ତିକା ଦିବସ ଅନୁଷ୍ଠିତ ହୋଇଛି । ଜିଲ୍ଲା କୃଷି ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବର୍ତ୍ତମାନ ମୃତ୍ତିକା ପରୀକ୍ଷା ବିନା ମୂଲ୍ୟରେ ହେଉଛି । ଉପସ୍ଥିତ ଚାଷୀମାନଙ୍କୁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ମୃତ୍ତିକା ପରୀକ୍ଷା ବିନା ମୂଲ୍ୟରେ କରାଇ ବୈଜ୍ଞାନିକ ଉପାୟରେ ଚାଷ କରିବାକୁ କହିଥିଲେ । ମାଟିର ସ୍ୱାସ୍ଥ୍ୟ ରକ୍ଷା ଏବଂ ନିରନ୍ତର ଫସଲ ନିମନ୍ତେ ମାଟି ପରୀକ୍ଷା ଫଳ ଅନୁଯାୟୀ ଅନୁମୋଦିତ ଖାଦ୍ୟସାର ପ୍ରୟୋଗ କରିବାକୁ କହିଥିଲେ । ଅମ୍ଳ ବା କ୍ଷାରୀ ମାଟି ପାଇଁ ଜିପ୍‌ସମ୍‌ ବ୍ୟବହାର ତଥା ସଠିକ ମାତ୍ରରେ ଜୈବ ସାର ଓ ରାସାୟନିକ ସାର ବହୁଳ ବ୍ୟବହାର ପାଇଁ ସେ ସୂଚନା ଦେଇଥିଲେ । କେ ବି କେର ମୁଖ୍ୟ ବୈଜ୍ଞାନିକ ସତ୍ୟମୟ ଶତପଥୀ ସଂପୂର୍ଣ୍ଣ ଭାବେ ରାସାୟନିକ ସାର ପ୍ରୟୋଗ ଉପରେ ନିର୍ଭର ନକରି ସେହି ଉପାଦାନ ମିଳୁଥିବା ଜୈବିକ ସାର ଉପରେ ନିର୍ଭର ହେବାକୁ ପରାମର୍ଶ ଦେଇଥିଲେ । ଜୈବିକ ସାର ବ୍ୟବହାର ପରେ ଅବଶିଷ୍ଠ ପରିମାଣ ପାଇଁ ରାସାଯନିକ ସାର ଉପରେ ନିର୍ଭର କଲେ ମାଟିର ଗୁଣ ବିଶେଷ ଖରାପ ହୁଏ ନାହି । ସଭା ଶେଷରେ ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଏହି ସଭାରେ ପାଟଣାଗଡ କୃଷି ଅଧିକାରୀ ବାବୁଲି ଚରଣ ସେଠୀ, ରାଇଟ କଲେଜର ଅଧ୍ୟକ୍ଷ ଲଟ ବିହାରୀ ମଲ୍ଲିକ, ଅତିରିକ୍ତ ପିଡ଼ି (ୱାଟରସେଡ଼) ସନ୍ତୋଷ କୁମାର ରଥ ପ୍ରମୁଖ ଉପାସ୍ଥିତ ଥିଲେ ।

Leave A Reply

Your email address will not be published.