କଣ୍ଟାବାଞ୍ଜି ବୈଷୟିକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବୈଷୟିକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଆନୁକୂଲ୍ୟରେ ସଡକ ସୁରକ୍ଷା ସଚେତନତା ଅଭିଯାନ ଗତ ଡିସେମ୍ବର ୧ ତାରିଖ ଶୁକ୍ରବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଡ଼ାକବାଜି ଯନ୍ତ୍ର ଦ୍ବାରା ନାରା ଦେଇଥିଲେ ଯେ, ନଜର ହଟିଲା ଦୁର୍ଘଟଣା ଘଟିଲା । ସତର୍କ ରୁହନ୍ତୁ ସୁରକ୍ଷିତ ରହନ୍ତୁ । ଦୃତଗତି ମହାବିପତ୍ତି, ସଡ଼କ ସୁରକ୍ଷା ଜୀବନ ରକ୍ଷା, ଦୁର୍ଘଟଣା ଠାରୁ ବିଲମ୍ବ ଭଲ । ହେଲମେଟ ପିନ୍ଧି ଗାଡ଼ିରେ ବସ, ନ ହେଲେ ହେବ ସର୍ବନାଶ । ରୋମାଞ୍ଚ ବଢ଼ାଏ ଦୃତ ଗତି, ଜୀବନ ପାଇଁ ମହା ବିପତ୍ତି । ସିଟ୍ ବେଲ୍ଟ୍ ପିନ୍ଧି ଗାଡି ଚଳାଅ, ଦୁର୍ଘଟଣା ଠାରୁ ନିଜକୁ ବଞ୍ଚାଅ । ସୁରକ୍ଷା ହେଉଛି ତିନି ଅକ୍ଷର, ମଙ୍ଗଳ କରେ ସେ ସମସ୍ତଙ୍କର ।ଗାଡି ଚାଳନା ବେଳେ କର ପରିହାର, ମୋବାଇଲ ଫୋନର ବ୍ୟବହାର । ଯେବେ ଡେଇଁବ ସୁରକ୍ଷା ଗାର, ଉଜୁଡି ଯିବ ସୁନା ସଂସାର । ମୋବାଇଲ୍ ସଙ୍ଗେ ଗାଡିଚାଳନା, ଜୀବନଟା ହେବ ଭଙ୍ଗା ଖେଳନା । ଏଭଳି ନାରା ଦେଇ କଣ୍ଟାବାଞ୍ଜି ସହରର ପ୍ରତ୍ୟେକ ରାସ୍ତା ଗୁଡିକରେ ପରିକ୍ରମା କରିଥିଲେ ।

Leave A Reply

Your email address will not be published.