ଆଗଲପୁରରେ ନୂତନ-ଓ ସମନ୍ୱିତ ଯୁବ ବିିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର +୨ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଓଡିଶା ଗଠନରେ ଯୁବକ ଯୁବତୀ ମାନଙ୍କ ସଂପୃକ୍ତି ସହ ବିଭିନ୍ନ ପ୍ରତିଯୋଗୀତା ମାଧ୍ୟମରେ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ଆଗଲପୁର ମିନିଷ୍ଟେଡିୟମ୍‌ଠାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ମନ୍ତ୍ରୀ ମେହେରଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଆଗଲପୁର ଗ୍ରା.ପ ସମିତିସଭ୍ୟା ସୁଜାତା ମାଝୀ, ମୁଖ୍ୟବକ୍ତା ଆଗଲପୁର +୨ ବିଜ୍ଞାନ ମହାବିଦ୍ୟାଳୟରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଜୟନ୍ତ କୁମାର ସିଂଦେଓ, ବ୍ଳକ ପ୍ରମେୟ ପ୍ରତିନିଧି ବିରାଜ ନନ୍ଦ ପାଢ଼ୀ ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ଥିଲେ । ଆଜିର ଶିଶୁ କାଲିର ନାଗରିକ, ନୂତନ ନବୀନ ଓଡିଶା ପ୍ରଗତୀରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯୁବକ ଯୁବତୀମାନେ ସାମ୍ପ୍ରତିକ ସମାଜ ଗଠନର ବିକାଶ ଧାରାରେ ସାମିଲ ହେବା ନିହାତି ଆବଶ୍ୟକ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ରୁବୀ ଥନାପତି, ଧରିତ୍ରୀ ଭୁଏ, ସଙ୍ଗୀତା ବଗର୍ତିୀ ଓ ନିରୁପମା ନାଗ ପ୍ରମୁଖ ପ୍ରାରମ୍ଭିକ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ନୋଡାଲ୍‌ ଅଫିସର ଓଡିଆ ଅଧ୍ୟାପକ ଡ.ଶେଷଦେବ ମେହେର ଅତିଥି ପରିଚୟ ପ୍ରଦାନ ସହ ପ୍ରାରମ୍ଭିକ ସୂଚନାପ୍ରଦାନ କରିଥିଲେ । ଆଜି ଅନୂଷ୍ଠିତ କାର୍ଯ୍ୟକ୍ରମରେ ଆଶୁତୋଷ ପୁଜାହାରୀ, ଉପେନ୍ଦ୍ର ସୁନା, ପର୍ଶୁରାମ ଜାଲ, ମାନସ ଦୋରା ଓ ବୁଲୁ ଭୋଇ ପ୍ରମୁଖ ବିଚାରକ ଆକାରରେ ଯୋଗଦାନ କରିଥିଲେ । ଶେଷରେ ଇଂରାଜୀ ଅଧ୍ୟାପକ ତଥା ସାସ୍କୃତିକ ପ୍ରମୁଖ ଶେଷଦେବ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମଟି ଆଜିଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ କ୍ରୀଡା, ସାଂସ୍କୃତିକ ପ୍ରତିଯୋଗିତା ତଥା ସମାଜିକ କାର୍ଯ୍ୟକଳାପ ଓ ଜନସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.