oom

ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଦ୍ୱାରା ଏଡ଼ସ୍‌ ସଚେତନତା ରାଲି ଓ ମାଗଣା ସ୍ୱାସ୍ଥ୍ୟ ଶିବିର

jsmm

କଣ୍ଟାବାଞ୍ଜି , (ଗୁରୁ ଦୟାଲ ହଂସ) : ଡ଼ିସେମ୍ବର ୦୧ ତାରିଖ ହେଉଛି ବିଶ୍ୱ ଏଡ଼ସ୍‌ ଦିବସ । ଏହି ଦିବସକୁ ସରକାରୀ ଓ ବେସରକାରୀ ସ୍ତରରେ ସମଗ୍ର ବିଶ୍ୱରେ ବ୍ୟାପକ ଭାବେ ଏଡ଼ସ୍‌ ସଚେତନତା ଦିବସ ରୂପେ ପାଳନ କରାଯାଏ । ଏହି ପ୍ରକ୍ରିୟାରେ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ମଧ୍ୟ୍ୟ ସାମିଲ ହୋଇ ନୂଆ ଓ ଯୁବ ଓଡିଶା ଅନ୍ତର୍ଗତ ଦ୍ୱିତୀୟ ଦିବସର କାର୍ଯ୍ୟକ୍ରମରେ ଏଡ଼ସ୍‌ ସଚେତନତା କରିବା ପାଇଁ ସଂକଳ୍ପ ନେଇଥିଲେ । ମହାବିଦ୍ୟାଳୟରୁ ସମସ୍ତ ଛାତ୍ରୀଙ୍କୁ ନେଇ ଏକ ମହାରାଲି ଦିବା ସମୟ ପ୍ରାୟ ୧୧ଟାରେ ବାହାରି କଣ୍ଟାବାଞ୍ଜି ସହରକୁ ପରିକ୍ରମା କରିଥିଲା । ଏହି ରାଲିରେ ଛାତ୍ରୀମାନେ ଏଡ଼ସ୍‌ ରୋଗ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେବା ସହିତ ପ୍ଲେ କାର୍ଡ ଧରି କଣ୍ଟାବାଞ୍ଜି ଜନସାଧାରଣଙ୍କୁ ଏଡ଼ସ୍‌ ସଚେତନତା କରାଇଥିଲେ । ଛାତ୍ରୀମାନେ ମହାବିଦ୍ୟାଳୟରୁ ବାହାରି ପର୍ଶୁରାମ ଛକ ଦେଇ ଇନ୍ଦିରା ଛକ, ଏକ ନମ୍ବର ରାସ୍ତାରେ ଯାଇକି ଡାକ୍ତରଖାନା ଛକ ଓ ବଜାର ଛକ ମାଧ୍ୟମରେ ସହର ପରିକ୍ରମା କରି “ଭାଇ ଭଉଣୀ ଶପଥ ନେବା, ଏଡ଼ସ ରୋଗକୁ ଦୁରେଇ ଦେବା, ପ୍ରେମ ବାଣ୍ଟିବା ଏଡ଼ସ ନୁହେଁ, ଏଡ଼ସକୁ ଘୃଣା କରିବା ରୋଗୀକୁ ନୁହେଁ ” ଆଦି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସହରକୁ କମ୍ପାଇ ଦେଇଥିଲେ । ଏହା ପୂର୍ବରୁ ଏଡ଼ସ୍‌ ଦିବସ ଉପଲକ୍ଷେ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ପ୍ରାୟ ୯ ଟା ସମୟରୁ ୧୧ଟା ସମୟ ମଧ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ର ଆୟୋଜନ କରାଯାଇଥିଲା । ଏହି ଶିବିରରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ମଙ୍ଗଳ କେନ୍ଦ୍ର କଣ୍ଟାବାଞ୍ଜି ତରଫରୁ ଡ଼କ୍ଟର ପଙ୍କଜ ନାଏକ ଓ ତାଙ୍କ ଟିମର ସଦସ୍ୟ ଡିଏଏ ଅତୁଲ୍ୟ ଡାଙ୍ଗ, ଭବାନୀଶଙ୍କର ବଂଚୋର, ଜୟଦେବ ଗହୀର, ପ୍ରଭାତୀ ଛତ୍ରିଆ, ସଚ୍ଚିଦାନନ୍ଦ କମ୍ପା, ସୁରଜ କୁମାର ମେହେର, ଗୋବିନ୍ଦ ସିନ୍ଦୁର ସାମିଲ ହୋଇ ମହାବିଦ୍ୟାଳୟର ଛାତ୍ରୀମାନଙ୍କର ରକ୍ତ ପରୀକ୍ଷା ଯଥା ରକ୍ତ ବର୍ଗ ଚି଼ହ୍ନଟ, ମଧୁମେହ, ରକ୍ତ ଚାପ, ସିକିଲସେଲ ଇତ୍ୟାଦି ପରୀକ୍ଷା କରାଇଥିଲେ ଓ ମାଗଣାରେ ଔଷଧ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ରାଜେନ୍ଦ୍ର ପୁରୋହିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.