pr

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା ଅନୁଷ୍ଠିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ଭାରତୀୟ ଶିକ୍ଷଣ ମଣ୍ଡଳ ବଲାଙ୍ଗିର ଏବଂ ଅଭିଭାବକ ମଂଚର ମିଳିତ ଆନୁକୂଲ୍ୟରେ ଦିବଂଗତ ସଦସ୍ୟଗଣଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷଣ ମଣ୍ଡଳର ବରିଷ୍ଠ ସଦସ୍ୟ ତଥା ଅଭିଭାବକ ମଂଚର ସଭାପତି ଧର୍ମବ୍ରତ ରଥଙ୍କ ପ୍ରସ୍ତାବ କ୍ରମେ ପ୍ରଥମେ ସ୍ୱର୍ଗତ ଆତ୍ମାଗଣଙ୍କ ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଟିକେଶ୍ୱର ଗୁରୁଙ୍କ ସ୍ମୃତି ଚାରଣ କରି ସେ ବ୍ରାହ୍ମଣ ମହାସଭା, ସଂସ୍କୃତ ପରିଷଦ ତଥା ଅନ୍ୟାନ୍ୟ ଅନେକ ସାମାଜିକ, ସାଂସ୍କୃତିକ ସଂଗଠନମାନଙ୍କରେ ସକ୍ରିୟ ସଦସ୍ୟ ଥିବା ତଥା ଖ୍ୟାତନାମା ଜ୍ୟୋର୍ତିବିଦ୍‌ ଭାବରେ ସମାଜରେ ସୁପରିଚିତ ଥିବା ବିଷୟରେ ବକ୍ତାଗଣ ମତବ୍ୟକ୍ତ କରିଥିଲେ । ଶିକ୍ଷଣ ମଣ୍ଡଳର ବରିଷ୍ଠ ସଦସ୍ୟ ତଥା ପ୍ରତିଷ୍ଠିତ ସାହିତ୍ୟିକ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କ ଧର୍ମପତ୍ନୀ ସ୍ୱର୍ଗତ ହେମଲତା ଛୁରିଆ ଜଣେ ଧର୍ମପରାୟଣା ତଥା ସାମାଜିକ ସମରସତା ଅନୁରାଗିଣୀ ଭାବରେ ସମସ୍ତଙ୍କ ପ୍ରେରଣାଦାଇନୀ ହୋଇ ରହିବେ ବୋଲି ସଦସ୍ୟଗଣ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ବିଶିଷ୍ଟ ଶିକ୍ଷାବିଦ୍‌ ତଥା ଜ୍ୟୋର୍ତିବିତ ସ୍ୱର୍ଗତ ପଂଚାନନ ମିଶ୍ରଙ୍କ ବିୟୋଗରେ ସମାଜ ଜଣେ ବିଶିଷ୍ଟ କର୍ମକାଣ୍ଡ ସାଧକଙ୍କୁ ହରାଇଲା ବୋଲି ସଭ୍ୟବୃନ୍ଦ ମତପ୍ରକାଶ କରିଥିଲେ । ଭାରତୀୟ ଶିକ୍ଷଣ ମଣ୍ଡଳ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକାରିଣୀ ସଦସ୍ୟ ତଥା କୋଷାଧ୍ୟକ୍ଷ ସତ୍ୟ ପ୍ରଧାନଙ୍କ ପିତା ସ୍ୱର୍ଗତ ଦଣ୍ଡଧାରୀ ପଧାନଙ୍କ ବିୟୋଗରେ ଶୋକ ପ୍ରକାଶ କରି ଶିକ୍ଷଣ ମଣ୍ଡଳ ଜଣେ ବରିଷ୍ଠ ଶିକ୍ଷାପ୍ରେମୀ ତଥା ସମର୍ଥ ସହଯୋଗୀଙ୍କୁ ହରାଇଲା ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷଣ ମଣ୍ଡଳ ପଶ୍ଚିମ ଓଡିଶା ପ୍ରାନ୍ତ ଉପ-ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର, ପ୍ରଶନ୍ନ କୁମାର ମିଶ୍ର, ଗିରିଜା ଶଙ୍କର ରଥ, ଗୋବିନ୍ଦ ମିଶ୍ର, ଦିବାକର ହୋତା, ଛବିଲାଲ ବେହେରା, ପୁରୁଷୋତ୍ତମ ପଣ୍ଡା ତଥା ହରେକୃଷ୍ଣ ପଟେଲ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.