jayashree

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ “ଭକ୍ତ ଦାସିଆ ପୀଠ”ରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ପଞ୍ଚଦଶ ଶତାବ୍ଦୀର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପୁରୀ ଜିଲ୍ଲାର ତେଇଶିପୁର ପଞ୍ଚାୟତର ବାଲିଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦିନସାରା ଶ୍ରଦ୍ଧାଳୁଙ୍କର ମହାସମାଗମ ହୋଇଥିଲା । କାର୍ତ୍ତିକ ମାସସାରା ପ୍ରତ୍ୟହ ଏଠାରେ ବିଭିନ୍ନ ସଂକିର୍ତ୍ତନ ମଣ୍ଡଳୀ ଦ୍ୱାରା ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇ ଆଜି ତାହା ସମାପ୍ତ ହୋଇଥିଲା । ଏହି ଅବସରରେ ପ୍ରାତଃକାଳରେ ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟ ସଂସ୍କୃତି ବିଭାଗ ଦ୍ୱାରା ପ୍ରାୟୋଜିତ ‘ଭଜନ କାର୍ଯ୍ୟକ୍ରମ’ ଅଭିପ୍‍ସା ପରିଚ୍ଛା ଓ ସାଥୀ, ଗଞ୍ଜାମ ଅନୁଷ୍ଠାନର ବିଶିଷ୍ଟ କଳାକାରମାନେ ଜଗନ୍ନାଥଙ୍କ ଜଣାଣ/ଭଜନ ଦ୍ୱାରା ସହସ୍ରାଧିକ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ପରିବେଶରେ ବଶିଭୁତ କରିଥିଲେ । ମହାପ୍ରଭୁ ଜଗନ୍ନାଥଙ୍କ ଲାଗି ହୋଇଥିବା ଏଠାର ପ୍ରସିଦ୍ଧ ‘ଜାଉ ଶାଗ ପ୍ରସାଦ’ ଭକ୍ତମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା । ପ୍ରତିଦିନ ଶ୍ରୀଜଗନ୍ନାଥ ପୁରୀ ମନ୍ଦିରରେ ତୁଳସୀ ଲାଗି ପାଇଁ ଯାଉଥିବା ପୀଠରେ ଥିବା ‘ଭକ୍ତ ଦାସିଆ ତୁଳସୀ ଉଦ୍ୟାନ’, ଐତିହ୍ୟ ପୁଷ୍କରିଣୀ ଗୋଠ ଗାଡ଼ିଆ ଓ ସମସ୍ତ ଦେବାଦେବୀ ମନ୍ଦିରରେ ଅଭୁତପୂର୍ବ ଭିଡ଼ ପରିଲକ୍ଷିତ ହୋଇଥିଲା । ଭକ୍ତ ଦାସିଆ ସ୍ମୃତି କମିଟିର କାର୍ଯ୍ୟକାରୀ ସଭାପତି ତଥା ଏମ୍‍ସ, ଭୁବନେଶ୍ୱରର ପ୍ରାକ୍ତନ ନିର୍ଦ୍ଦେଶକ ଡଃ. ଅଶୋକ ମହାପାତ୍ର, ବରିଷ୍ଠ ଟ୍ରଷ୍ଟି ସଦସ୍ୟ ଅର୍ଜୁନ ଚରଣ ସାମଲ, ପ୍ରତାପ ଚନ୍ଦ୍ର ସିଂହ, ଉକ୍ରଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ବାଣିଜ୍ୟ ବିଭାଗର ପ୍ରାକ୍ତନ ପ୍ରଫେସର ପ୍ରଦ୍ୟୋତ କେଶରୀ ପ୍ରଧାନ, ଡ. ଦୁର୍ଗା ପ୍ରସାଦ ମିଶ୍ର, ଡ. ହେମନ୍ତ କୁମାର ମିଶ୍ର, ଶ୍ରୀମତୀ ଚିନ୍ମୟୀ ରଥ, ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସରୋଜ କୁମାର ସାହୁ, ପାଣିପାଗ ବିଜ୍ଞାନି ସପନ କୁମାର ଦାଶ, ରଘୁନାଥ ଜେନା, ଆଞ୍ଚଳିକ କମିଟି ସଦସ୍ୟ ଚିତ୍ତରଞ୍ଜନ ସେନାପତି, ଜୟକୃଷ୍ଣ ରାଉତ, ଲକ୍ଷ୍ମୀଧର ଲେଙ୍କା, କୃଷ୍ଣଚନ୍ଦ୍ର ଲେଙ୍କା, ପବିତ୍ର ମଲ୍ଲିକ, ପ୍ରଫୁଲ ବିଶ୍ୱାଳ, ସମ୍ପାଦକ ଡ. ଘନଶ୍ୟାମ ସ୍ୱାଇଁ ଓ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୃଙ୍ଖଳା ଓ ସୁପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.